AK ଢେଙ୍କାନାଳ ଓଡ଼ପଡ଼ା ବ୍ଲକ ଅଙ୍କରାନ୍ତୀ ପୁର ଗାଁର ଶତାଧିକ ମହିଳା ଓ ପୁରୁଷଙ୍କ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟ ଘେରାଉ । ଗାଁର କିଛି ଅସାମାଜିକ ଯୁବକ ମିଛ ସାମ୍ବାଦିକ ପରିଚୟ ଦେଇ ନିରୀହ ଗାଁ ଲୋକଙ୍କୁ ୫୦ ହଜାର ୧ ଲକ୍ଷ ଟଙ୍କା ଜବରଦସ୍ତ ମାଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଗାଁର କିଛି ଅସାମାଜିକ ଯୁବକ ମିଛ ସାମ୍ବାଦିକ ପରିଚୟ ଦେଇ ନିରୀହ ଗାଁ ଲୋକଙ୍କୁ ୫୦ ହଜାର ୧ ଲକ୍ଷ ଟଙ୍କା ଜବରଦସ୍ତ ମାଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଗାଁର ୨୪୦ ପରିବାରକୁ ୨ ଗଣ୍ଠିଆ ଜମି ପ୍ରଦାନ କରିଥଲେ । ଯେଉଁମାନେ ପଟ୍ଟା କରିନାହାନ୍ତି ସେମାନଙ୍କୁ ଟଙ୍କା ମଗାଯାଉଛି । ଏପରିକି ସେମାନଙ୍କୁ ବେଦଖଲ କରିବାକୁ ବାନର ପୋଷ୍ଟର ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ଗାଁ ଲୋକ ସେହି ଯୁବକଙ୍କୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଘଟଣାର ମାଷ୍ଟର ମାଇଣ୍ଡ ପ୍ରିୟବ୍ରତ ଗଡନାୟକ ସମେତ ଅନ୍ୟ ମାନଙ୍କୁ ଗିରଫ କରିବା ଦାବିରେ ଆରକ୍ଷୀ ଅଧୀକ୍ଷକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।






