AK ବହୁ ଚର୍ଚ୍ଚିତ ଆରଜି କର୍ ଦୁଷ୍କର୍ମ ପୀଡ଼ିତାଙ୍କ ମା’ ରତ୍ନା ଦେବନାଥ ପନିହାଟି ଆସନରେ ୩ହଜାର ଭୋଟରେ ଆଗୁଆ ଅଛନ୍ତି । ଯଦିଓ ଏଠାରେ ମୁକାବିଲା ସୂତା ଖିଆରେ ଚାଲିଛି । କାରଣ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତୀର୍ଥାଙ୍କର ତାଙ୍କ ସହ କଡ଼ା ଟକ୍କର କରୁଛନ୍ତି । ଏଯାଏଁ ମିଳିଥିବା ତଥ୍ୟ ଅନୁସାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଆଗୁଆ ଦୌଡ଼ୁଛି। ନିଜ ଦମରେ ବହୁମତ ହାସଲ କରିବାକୁ ସମର୍ଥ ହୋଇଛି ।

ଭଲ ଖବର ହେଉଛି ବହୁ ଚର୍ଚ୍ଚିତ ଆରଜି କର୍ ଦୁଷ୍କର୍ମ ପୀଡ଼ିତାଙ୍କ ମା’ ରତ୍ନା ଦେବନାଥ ପନିହାଟି ଆସନରେ ୩ହଜାର ଭୋଟରେ ଆଗୁଆ ଅଛନ୍ତି । ଯଦିଓ ଏଠାରେ ମୁକାବିଲା ସୂତା ଖିଆରେ ଚାଲିଛି । କାରଣ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ତୀର୍ଥାଙ୍କର ତାଙ୍କ ସହ କଡ଼ା ଟକ୍କର କରୁଛନ୍ତି । ପାନିହାଟି ସିଟ୍ ଏଥର ଖୁବ୍ ଚର୍ଚ୍ଚାରେ । କାରଣ ଏଥର ଏଠାରେ ନିର୍ବାଚନ ଖାଲି ରାଜନୀତି ନୁହେଁ ବରଂ ସମସ୍ତଙ୍କ ଭାବନାତ୍ମକ ପ୍ରସଙ୍ଗ ସହ ଜଡ଼ିତ । ଆରଜି କର୍ ମାମଲାରେ ପୀଡ଼ିତାଙ୍କ ମା’ ରତ୍ନା ଦେବନାଥଙ୍କୁ ପ୍ରାର୍ଥୀ କରି ମାମଲାକୁ ଶୀତଳ କରିବାକୁ ଚେଷ୍ଟା କରିଛନ୍ତି । ଏପଟେ ତୀର୍ଥାଙ୍କରଙ୍କୁ ପ୍ରାର୍ଥୀ କରି ଟିଏମସି ସ୍ଥାନୀୟ ନେଟୱର୍କ ଦମରେ ନିର୍ବାଚନ ଜିତିବାକୁ ପୂରା ଚେଷ୍ଟା କରୁଛି ।






