AK ଏବେ ଗ୍ରୀଷ୍ମପ୍ରବାହ ଏତେ ଅଧିକ ହେଉଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ସକାଳ ୮ଟା ପରେ ଦିଲ୍ଲୀରେ ଘରୁ ବାହାରିବା ମଧ୍ୟ ମୁସ୍କିଲ୍ ହୋଇଯାଉଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରୁଛି । ଯାହା ସାଧାରଣରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି । ଏଭଳି ପରିସ୍ଥିତିରେ ବିଷେଷକରି ଗର୍ଭବତୀ ସ୍ତ୍ରୀଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳ ୮ଟା ପରେ ଦିଲ୍ଲୀରେ ଘରୁ ବାହାରିବା ମଧ୍ୟ ମୁସ୍କିଲ୍ ହୋଇଯାଉଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରୁଛି । ଯାହା ସାଧାରଣରେ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି ।

ଏଭଳି ପରିସ୍ଥିତିରେ ବିଷେଷକରି ଗର୍ଭବତୀ ସ୍ତ୍ରୀଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୪୫ ଡିଗ୍ରି ଗରମ ଅକାଳ ପ୍ରସବ ଏବଂ କମ୍ ଓଜନ ଭଳି ଗମ୍ଭୀର ଜଟିଳତାର ବିପଦକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି, ଯାହା ଡାକ୍ତରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ ଗରମ ଯୋଗୁଁ ଗର୍ଭାବସ୍ଥା ସମ୍ବନ୍ଧୀୟ ସମସ୍ୟା ଥିବା ମହିଳାଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି । ଡାକ୍ତରମାନେ କହିଛନ୍ତି ଯେ ବର୍ଦ୍ଧିତ ତାପମାତ୍ରା କେବଳ ମା’ଙ୍କ ସ୍ୱାସ୍ଥ୍ୟକୁ ଖରାପ କରୁନାହିଁ, ବରଂ ଗର୍ଭରେ ଥିବା ଶିଶୁର ବୃଦ୍ଧିକୁ ମଧ୍ୟ ବାଧା ଦେଉଛି । ଗରମ ହେତୁ ସମୟ ପୂର୍ବରୁ ପ୍ରସବର ଆଶଙ୍କା ମାଲିକ ରାଡିକ୍ସ ହେଲଥକେୟାରର ନିର୍ଦ୍ଦେଶକ ଡକ୍ଟର ରେଣୁ ମାଲିକ କୁହନ୍ତି ଯେ ଗରମ ଅକାଳ ପ୍ରସବ ବୃଦ୍ଧି କରିବାରେ ସହାୟକ ହେଉଛି । ଶରୀରର ତାପମାତ୍ରା ଚାପ ସୃଷ୍ଟି କରିପାରେ । ଯାହା ଡେଲିଭରୀ ହେବା ବେଳେ ଅତ୍ୟଧିକ କଷ୍ଟକର ହୋଇଥାଏ । ଡାକ୍ତରମାନେ କୁହନ୍ତି ଯେ ଯେତେବେଳେ ତାପମାତ୍ରା ପ୍ରାୟ ୪୫ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିଯାଏ, ଶରୀର ଜଳୀୟ ଅଂଶ ହ୍ରାସ ପାଏ । ଏହା ଗର୍ଭାଶୟକୁ ରକ୍ତ ପ୍ରବାହ ହ୍ରାସ କରେ ଏବଂ ଅକ୍ସିଟୋସିନ୍ ଭଳି ହରମୋନକୁ ସକ୍ରିୟ କରିପାରେ । ପିଲାର ଓଜନ ଏବଂ ଗ୍ରୋଥ୍ ଉପରେ ଏହାର ପ୍ରଭାବ
ଏହି ମାରାତ୍ମକ ଗରମ କେବଳ ମାଆ ପାଇଁ ନୁହେଁ ବରଂ ପିଲା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ । ରିପୋର୍ଟ୍ ଅନୁଯାୟୀ ଶିଶୁକୁ ସଠିକ୍ ପୋଷକତ୍ତତ୍ତ୍ବ ପହଞ୍ଚିପାରେ ନାହିଁ । ଯାହା ଉଭୟ ମାଆ ଓ ପିଲା ପାଇଁ ବିପଦପୂର୍ଣ୍ଣ ହୋଇପାରେ । ଯାହା ଫଳରେ ଶିଶୁର ଓଜନ କମ୍ ହେବା ସହିତ ଶରୀର ମଧ୍ୟ ଅସୁସ୍ଥ ହୋଇଥାଏ । ଏହାକୁ ବାଦ୍ ଦେଇ ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ଅତ୍ୟଧିକ ଗରମରେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିଥାନ୍ତି ସେମାନଙ୍କ ପାଇଁ ଏହା ଅଧିକ କ୍ଷତିକାରକ ହୋଇପାରେ । ବିଶେଷଜ୍ଞଙ୍କ ମତରେ ପିଲାଙ୍କୁ ଦ୍ବିପହର ୧୧ଟାରୁ ୪ଟା ପର୍ଯ୍ୟନ୍ତ ଘରୁ ବାହାର କରନ୍ତୁ ନାହିଁ ଏବଂ ଦେହକୁ ହାଇଡ଼୍ରେଟ୍ ରଖନ୍ତୁ । ଯାହାଦ୍ବାରା ଆପଣ ସୁସ୍ଥ ରହିବା ସହ ଆପଣଙ୍କ ପିଲା ମଧ୍ୟ ସୁସ୍ଥ ରହିପାରିବେ ।






