AK ତାଙ୍କର ସମୁଦାୟ ଶତକଡ଼ା ହାର ୯୮.୭୫% ରହିଛି, ଯାହା ତାଙ୍କୁ କଲେଜର ଟପ୍ପର କରାଇଛି । ସାରା କେବଳ ଏହି ସଫଳତାରେ ଅଟକି ରହିବାକୁ ଚାହାଁନ୍ତି ନାହିଁ । ତାଙ୍କର ସ୍ୱପ୍ନ ହେଉଛି ଜଣେ IAS ଅଫିସର ହେବା । ସେ ଦେଶର ସେବା କରିବାକୁ ଚାହାଁନ୍ତି ଏବଂ ବିଶେଷ କରି ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାମ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ରହିଛି । ତାଙ୍କୁ ଅନେକେ “ଲକ୍ଷ୍ନୌର ହେଲେନ୍ କେଲର୍” ବୋଲି ସମ୍ବୋଧନ କରୁଛନ୍ତି । ସୌଭାଗ୍ୟ ଏବଂ ସଫଳତା କେବଳ ଭାଗ୍ୟ ଉପରେ ନିର୍ଭର କରେ ନାହିଁ, ବରଂ ଅଦମ୍ୟ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ଯେ କୌଣସି ବାଧାବିଘ୍ନକୁ ଅତିକ୍ରମ କରାଯାଇପାରେ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଲକ୍ଷ୍ନୌର ୧୯ ବର୍ଷୀୟା ଛାତ୍ରୀ ସାରା ମୋଇନ୍ । ଆଜିର ସମାଜ ପାଇଁ ସେ ଜଣେ ପ୍ରେରଣାର ଉତ୍ସ । ନିକଟରେ ପ୍ରକାଶିତ ISC (ଦ୍ୱାଦଶ ଶ୍ରେଣୀ) ବୋର୍ଡ ପରୀକ୍ଷା ଫଳାଫଳରେ ସେ ୯୮.୭୫% ମାର୍କ ରଖି କେବଳ ନିଜ ସ୍କୁଲ ନୁହେଁ, ବରଂ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କର ଏହି ସଫଳତା ସାଧାରଣ ନୁହେଁ, କାରଣ ସାରା ‘ସାରକୋଇଡୋସିସ୍’ ନାମକ ଏକ ବିରଳ ରୋଗରେ ପୀଡ଼ିତ ହୋଇ ନିଜର ଦୃଷ୍ଟିଶକ୍ତି ଓ ଶ୍ରବଣଶକ୍ତି ହରାଇଛନ୍ତି । ସାରା ମୋଇନ୍ଙ୍କ ଜୀବନରେ ଏହି ଅନ୍ଧକାର ସେତେବେଳେ ଆସିଥିଲା ଯେତେବେଳେ ସେ ମାତ୍ର ୪ ବର୍ଷର ହୋଇଥିଲେ । ସେ ସାରକୋଇଡୋସିସ୍ ନାମକ ଏକ ଗୁରୁତର ରୋଗରେ ଆକ୍ରାନ୍ତ ହେଲେ, ଯାହା ଧୀରେ ଧୀରେ ତାଙ୍କ ଦୃଷ୍ଟିଶକ୍ତି ଛଡ଼ାଇ ନେଇଥିଲା । କିଛି ବର୍ଷ ପରେ ସେ ନିଜର ଶ୍ରବଣ ଶକ୍ତି ମଧ୍ୟ ହରାଇଲେ । ଜଣେ ବ୍ୟକ୍ତି ଯିଏ ଦେଖିପାରେ ନାହିଁ କି ଶୁଣିପାରେ ନାହିଁ, ତାଙ୍କ ପାଇଁ ଶିକ୍ଷା ଗ୍ରହଣ କରିବା ଏକ ଅସମ୍ଭବ କଳ୍ପନା ଭଳି ମନେହୁଏ । କିନ୍ତୁ ସାରା ହାର୍ ମାନି ନଥିଲେ ।

ସାରାଙ୍କ ସଫଳତା ପଛରେ ତାଙ୍କ ପରିବାରର ବିରାଟ ଅବଦାନ ରହିଛି । ତାଙ୍କ ପିତା ମୋଇନ୍ ଅହମ୍ମଦ ଇଦ୍ରିସି ନିଜ ଝିଅର ପାଠପଢ଼ା ଏବଂ ଯତ୍ନ ପାଇଁ ନିଜର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ସାରାଙ୍କ ମା’ ଜୁଲି ହମିଦ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଭାବେ ତାଙ୍କୁ ଘରେ ଅନେକ ସାହାଯ୍ୟ କରିଥିଲେ । ପିତା ପ୍ରତିଦିନ ସାରାଙ୍କୁ ସ୍କୁଲ ନେବା ଆଣିବା କରୁଥିଲେ ଏବଂ ତାଙ୍କୁ ଜଣେ ସାଧାରଣ ପିଲା ଭଳି ଗଢ଼ି ତୋଳିବାକୁ ଶପଥ ନେଇଥିଲେ । ଲକ୍ଷ୍ନୌର କ୍ରାଇଷ୍ଟ ଚର୍ଚ୍ଚ କଲେଜରେ ସାରା ଶିକ୍ଷା ଗ୍ରହଣ କରୁଥିଲେ । ସେ ଦେଖିବା କିମ୍ବା ଶୁଣିବାରେ ଅସମର୍ଥ ଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସେ ‘ଅର୍ବିଟ୍ ରିଡର୍’ ନାମକ ଏକ ବ୍ରେଲ୍ ଡିଭାଇସ୍ ବ୍ୟବହାର କରନ୍ତି । ତାଙ୍କର ଶିକ୍ଷକ ସଲମାନ ଅଲି କାଜି ତାଙ୍କୁ ସ୍ପର୍ଶ ମାଧ୍ୟମରେ ଏବଂ ସିଗନାଲ୍ ଦ୍ୱାରା ପାଠ ପଢ଼ାଉଥିଲେ । ପରୀକ୍ଷା ସମୟରେ ମଧ୍ୟ ସେ ଲାପଟପ୍ ଏବଂ ବ୍ରେଲ୍ ଡିସ୍ପ୍ଲେ ମାଧ୍ୟମରେ ପ୍ରଶ୍ନ ପଢ଼ି ନିଜର ଉତ୍ତର ଲେଖିଥିଲେ । ISC ପରୀକ୍ଷାରେ ସାରା ଯେଉଁ ମାର୍କ ରଖିଛନ୍ତି, ତାହା ଅନେକ ସୁସ୍ଥ ପିଲାଙ୍କ ପାଇଁ ମଧ୍ୟ ଏକ ସ୍ୱପ୍ନ । ତାଙ୍କର ସମୁଦାୟ ଶତକଡ଼ା ହାର ୯୮.୭୫% ରହିଛି, ଯାହା ତାଙ୍କୁ କଲେଜର ଟପ୍ପର କରାଇଛି । ସାରା କେବଳ ଏହି ସଫଳତାରେ ଅଟକି ରହିବାକୁ ଚାହାଁନ୍ତି ନାହିଁ । ତାଙ୍କର ସ୍ୱପ୍ନ ହେଉଛି ଜଣେ IAS ଅଫିସର ହେବା । ସେ ଦେଶର ସେବା କରିବାକୁ ଚାହାଁନ୍ତି ଏବଂ ବିଶେଷ କରି ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କାମ କରିବାକୁ ତାଙ୍କର ପ୍ରବଳ ଇଚ୍ଛା ରହିଛି । ତାଙ୍କୁ ଅନେକେ “ଲକ୍ଷ୍ନୌର ହେଲେନ୍ କେଲର୍” ବୋଲି ସମ୍ବୋଧନ କରୁଛନ୍ତି । ସାରାଙ୍କ ପିତା ଶିକ୍ଷା ବୋର୍ଡ ଏବଂ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ସାରାଙ୍କ ଭଳି ପିଲାମାନଙ୍କ ପାଇଁ ପରୀକ୍ଷାରେ ସ୍ୱତନ୍ତ୍ର ରିହାତି ମିଳିବା ଉଚିତ । ସେ କହିଛନ୍ତି ଯେ କେବଳ ‘ରାଇଟର୍’ ସାହାଯ୍ୟରେ ସାରାଙ୍କ ଭଳି ଛାତ୍ରଛାତ୍ରୀ ନିଜର ଭାବନାକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରିପାରିବେ ନାହିଁ, ତେଣୁ ସେମାନଙ୍କୁ ପରୀକ୍ଷା ହଲ୍ରେ ଲାପଟପ୍ ବା ଆଧୁନିକ ବ୍ରେଲ୍ ଯନ୍ତ୍ର ବ୍ୟବହାର ପାଇଁ ଅନୁମତି ଦିଆଯାଉ । ସାରା ମୋଇନ୍ଙ୍କ ସଫଳତା ପ୍ରମାଣ କରିଛି ଯେ ଶରୀରର ଅକ୍ଷମତା ମଣିଷର ପ୍ରତିଭାକୁ ବାନ୍ଧି ରଖିପାରିବ ନାହିଁ । ଯଦି ପରିବାରର ସାଥ୍ ଏବଂ ଦୃଢ଼ ମନୋବଳ ଥାଏ, ତେବେ ଅନ୍ଧକାର ଭିତରେ ମଧ୍ୟ ବିଜୟର ଆଲୋକ ଜଳାଯାଇପାରେ । ସାରା ଆଜି କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଜଣେ ପ୍ରକୃତ ହିରୋ ।






