AK କୁହାଯାଉଛି ଯେ, ମଣିଷକୁ ଦେଖିଲେ ଆକ୍ରମଣ କରୁଥିବା ଏହି ଶିକାରୀ ଜୀବମାନେ ଅନୁପ୍ରବେଶକାରୀଙ୍କ ପାଇଁ ମୃତ୍ୟୁର ପାଶ ପାଲଟିବେ । କିନ୍ତୁ ଏହି ଯୋଜନା ଯେତିକି ପ୍ରଭାବଶାଳୀ ମନେ ହେଉଛି, ସେତିକି ବିବାଦୀୟ ମଧ୍ୟ । ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି – ଏହି ଜନ୍ତୁମାନେ କଣ ଜାଣିପାରିବେ କିଏ ଅନୁପ୍ରବେଶକାରୀ ଆଉ କିଏ ସ୍ଥାନୀୟ ମତ୍ସ୍ୟଜୀବୀ? ସୀମାନ୍ତରେ ରହୁଥିବା ନିରୀହ ଗ୍ରାମବାସୀଙ୍କ ଜୀବନ କଣ ବିପଦରେ ପଡ଼ିବ ନାହିଁ ? ଭାରତ-ବାଂଲାଦେଶ ସୀମାରୁ ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଏବେ ସେନା କିମ୍ବା ବନ୍ଧୁକ ନୁହେଁ, ବରଂ ମୁତୟନ ହେବେ ଯମଦୂତ! ପାଣିରେ ରହିବେ କାଳ-କୁମ୍ଭୀର ଏବଂ ସ୍ଥଳରେ ଜଗିବେ ବିଷଧର ସାପ । ଭାରତୀୟ ସୀମା ସୁରକ୍ଷା ବଳ ବା BSF ର ଏହି ନୂଆ ପ୍ଲାନ୍ ଏବେ ପୂରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି ।

କାହିଁକି ଏଭଳି ଭୟଙ୍କର ନିଷ୍ପତ୍ତି ନେଉଛି ବିଏସଏଫ୍? ଭାରତ ଏବଂ ବାଂଲାଦେଶ ମଧ୍ୟରେ ଥିବା ୪,୦୯୬ କିଲୋମିଟର ଲମ୍ବା ସୀମା । ଏହାର କିଛି ଅଂଶରେ ପାହାଡ଼, ଘଞ୍ଚ ଜଙ୍ଗଲ ତ ଆଉ କେଉଁଠି ମାଡ଼ି ଯାଇଛି ବିଶାଳ ନଦୀ । ପଶ୍ଚିମବଙ୍ଗର ସୁନ୍ଦରବନ ଠାରୁ ଆରମ୍ଭ କରି ଆସାମର ବ୍ରହ୍ମପୁତ୍ର ନଦୀ ପର୍ଯ୍ୟନ୍ତ, ଅନେକ ସ୍ଥାନରେ କଣ୍ଟାବାଡ଼ ଲଗାଇବା ଅସମ୍ଭବ । ଆଉ ଏହି ଦୁର୍ଗମ ନଦୀ ପଥ ଦେଇ ଦିନରାତି ଚାଲିଛି ଅନୁପ୍ରବେଶ, ଗୋ-ଚାଲାଣ ଏବଂ ନିଶାଦ୍ରବ୍ୟର କଳା କାରବାର । ଏହି ‘ସଫ୍ଟ ଟାର୍ଗେଟ୍’ ଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ବିଏସଏଫ୍ ଏବେ ଏକ ‘ନାଚୁରାଲ୍ ଡିଟରେଣ୍ଟ୍’ ବା ପ୍ରାକୃତିକ ପ୍ରତିବନ୍ଧକର ସାହାରା ନେବାକୁ ଯୋଜନା କରୁଛି । ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ବିଏସଏଫ୍ ଏଭଳି କିଛି ପ୍ରସ୍ତାବ ଉପରେ କାମ କରୁଛି । ଯେଉଁ ସ୍ଥାନରେ କଣ୍ଟାବାଡ଼ ନାହିଁ, ସେହି ଜଳାଶୟ ଗୁଡ଼ିକରେ କୁମ୍ଭୀର ଏବଂ ନିକଟବର୍ତ୍ତୀ ସନ୍ତସନ୍ତିଆ ଅଞ୍ଚଳରେ ବିଷଧର ସାପ ଛଡ଼ାଯିବ । କୁହାଯାଉଛି ଯେ, ମଣିଷକୁ ଦେଖିଲେ ଆକ୍ରମଣ କରୁଥିବା ଏହି ଶିକାରୀ ଜୀବମାନେ ଅନୁପ୍ରବେଶକାରୀଙ୍କ ପାଇଁ ମୃତ୍ୟୁର ପାଶ ପାଲଟିବେ । କିନ୍ତୁ ଏହି ଯୋଜନା ଯେତିକି ପ୍ରଭାବଶାଳୀ ମନେ ହେଉଛି, ସେତିକି ବିବାଦୀୟ ମଧ୍ୟ । ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି – ଏହି ଜନ୍ତୁମାନେ କଣ ଜାଣିପାରିବେ କିଏ ଅନୁପ୍ରବେଶକାରୀ ଆଉ କିଏ ସ୍ଥାନୀୟ ମତ୍ସ୍ୟଜୀବୀ? ସୀମାନ୍ତରେ ରହୁଥିବା ନିରୀହ ଗ୍ରାମବାସୀଙ୍କ ଜୀବନ କଣ ବିପଦରେ ପଡ଼ିବ ନାହିଁ ?
ସେପଟେ ପରିବେଶବିତ୍ଙ୍କ କହିବା କଥା, ଯଦି ଅଣ-ପ୍ରାକୃତିକ ଭାବେ କୁମ୍ଭୀର ବା ସାପଙ୍କୁ ଏହି ଅଞ୍ଚଳରେ ଛଡ଼ାଯାଏ, ତେବେ ପରିବେଶ ସନ୍ତୁଳନ ବିଗିଡ଼ି ଯାଇପାରେ । ଖାଲି ସେତିକି ନୁହେଁ, ମାନବାଧିକାର କର୍ମୀମାନେ ଏହାକୁ “କ୍ରୁର ଏବଂ ଅମାନୁଷିକ” ପଦକ୍ଷେପ ବୋଲି କହିଛନ୍ତି । ସେମାନଙ୍କ ଯୁକ୍ତି – ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଉ, କିନ୍ତୁ କାହାକୁ ପଶୁଙ୍କ ମୁହଁକୁ ଠେଲି ଦେବା କେତେଦୂର ଯଥାର୍ଥ? ଏପଟେ ବିଏସଏଫ୍ ଏହି ପ୍ରସ୍ତାବ ଉପରେ ଏବେ ଅନୁଧ୍ୟାନ କରୁଛି । ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଭାରତର ସୀମା ସୁରକ୍ଷା ଇତିହାସରେ ଏହା ଏକ ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେବ । କିନ୍ତୁ ପ୍ରଶ୍ନ ବାକି ରହିଲା – ସାପ ଓ କୁମ୍ଭୀର କଣ ସତରେ ସୀମା ସୁରକ୍ଷା କରିପାରିବେ? ନା ଏହା ଦ୍ୱାରା ନିରୀହ ଲୋକଙ୍କ ଜୀବନ ଯିବ?






