AK ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ମଲ୍ଲିକମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ କେ. କେ. ହରିପ୍ରସାଦ ଯୋଗଦେଇ ସ୍ଥାନୀୟ ଲୋକମାନଙ୍କର ଅଭିଯୋଗ ସିଧାସଳଖ ଶୁଣିଥିଲେ। ସେମାନେ ଆସୁଥିବା ଅଭିଯୋଗଗୁଡିକୁ ଗୁରୁତ୍ୱ ସହ କ୍ଷେତ୍ରସ୍ତରରେ ସମାଧାନ କରିବାକୁ ସମ୍ପର୍କିତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଶିବିରରେ ସର୍ବମୋଟ ୫୦ଟି ଦରଖାସ୍ତ ଗ୍ରହଣ କରାଯାଇଥିବା ବେଳେ, ତାହାରୁ ୬ଟି ଅଭିଯୋଗର ସ୍ଥଳତେ ସମାଧାନ କରାଯାଇଥିଲା। ଅନ୍ୟାନ୍ୟ ଅଭିଯୋଗଗୁଡିକୁ ଯଥାଶୀଘ୍ର ସମାଧାନ ପାଇଁ ଲିପିବଦ୍ଧ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।ଏହି ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ସାଧାରଣ ଲୋକମାନେ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ନିଜ ଅସୁବିଧା ଉପସ୍ଥାପନ କରିବାର ସୁଯୋଗ ପାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।






