AK ଜବଲପୁର ବୋଟ୍ ବୁଡ଼ି ଘଟଣା ପରେ ଚିଲିକା ପାଇଁ ଲାଗିଲା କଟକଣା । ଚିଲିକା ହ୍ରଦରେ ସମସ୍ତ ନୌକାରେ ଯାତ୍ରୀଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳ । ଡଙ୍ଗାରେ ରହିବ ସୁରକ୍ଷା ବଳୟ । ନିୟମ ଉଲଂଘନ କଲେ ରଦ୍ଦ ହେବ ବୋଟ ପଞ୍ଜିକରଣ । ଜବଲପୁର ବୋଟ୍ ବୁଡ଼ି ଘଟଣା ପରେ ଚିଲିକା ପାଇଁ ଲାଗିଲା କଟକଣା ।

ଚିଲିକା ହ୍ରଦରେ ଯାତ୍ରୀବାହି ନୌକା ଚାଳନା ସମୟରେ ଯାତ୍ରୀମାନଙ୍କ ଜୀବନ ସୁରକ୍ଷା ପାଇଁ ଲାଗିଲା କଟକଣା । କଟକଣା ଲଗାଇଲେ ଖୋର୍ଦ୍ଧା ପ୍ରଶାସନ । ଚିଲିକାରେ ସମସ୍ତ ଯାତ୍ରୀବାହି ବୋଟ, ନୌକା, ଡଙ୍ଗା ନିୟମ ୨୦୦୪କୁ ବଳବତ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରୀଷ୍ମ ଋତୁରେ ପ୍ରାୟତଃ କାଳବୈଶାଖୀ ଏବଂ ଘୂର୍ଣିଝଡ଼ ଜନିତ ବର୍ଷା, ତୋଫାନ ହେଉଥିବାରୁ ସମସ୍ତ ନୌକା ପାଇଁ ଲାଗିଲା କଟକଣା। ପ୍ରତ୍ୟେକ ବୋଟ୍ରେ ଯାତ୍ରୀ ପିନ୍ଧିବେର ଲାଇଫ୍ ଜ୍ୟାକେଟ୍, ବୋଟ୍ରେ ଯାତ୍ରୀ ସୁରକ୍ଷା ବଳୟ ବାଧ୍ୟତାମୂଳକ । ବୋଟ୍ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବେ । ନିୟମ ଉଲଂଘନ ବା ବ୍ୟତିକ୍ରମ କଲେ ସରକାର ସେମାନଙ୍କ ବୋଟ ପଞ୍ଜିକରଣକୁ ରଦ୍ଧ କରିବା ସହ ଆଇନ ଗତ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବବୋଲି ଜିଲ୍ଲାପାଳ ଏକ ବିଜ୍ଞପ୍ତି ମାଧ୍ୟମ ରେ ପ୍ରକାଶ କରିଛନ୍ତି ।






