AK ପଶ୍ଚିମବଙ୍ଗର ସାଂସ୍କୃତିକ ଚେତନା ଓ ପରମ୍ପରା ସହ ନିଜକୁ ଯୋଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ’ ୯ତାରିଖ ଅର୍ଥାତ ବିଶ୍ଵକବି ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମଜୟନ୍ତି ‘ପଚିଶେ ବୈଶାଖ’ ଅବସରରେ କୋଲକାତାରେ ନୂଆ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପଶ୍ଚିମବଙ୍ଗର ସାଂସ୍କୃତିକ ଚେତନା ଓ ପରମ୍ପରା ସହ ନିଜକୁ ଯୋଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।

ଆସନ୍ତା ମେ’ ୯ତାରିଖ ଅର୍ଥାତ ବିଶ୍ଵକବି ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମଜୟନ୍ତି ‘ପଚିଶେ ବୈଶାଖ’ ଅବସରରେ କୋଲକାତାରେ ନୂଆ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ମଙ୍ଗଳବାର ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ସମୀକ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଏହି ପବିତ୍ର ଦିବସରେ ହିଁ ପଦ ଓ ଗୋପନୀୟତାର ଶପଥ ନେବେ।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପ୍ରକ୍ରିୟା ଅତି ଦ୍ରୁତ ଗତିରେ ଆରମ୍ଭ ହୋଇଛି। ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରଧାନ ସଚିବ ଏସ.ବି.ଜୋଶୀ ଓ ସଚିବ ସୁଜିତ କୁମାର ମିଶ୍ର କୋଲକାତାରେ ପହଞ୍ଚି ମୁଖ୍ୟ ନିର୍ବାଚନ ଅଧିକାରୀ ମନୋଜ କୁମାର ଅଗ୍ରୱାଲଙ୍କୁ ସରକାରୀ ଗେଜେଟ୍ ବିଜ୍ଞପ୍ତି ହସ୍ତାନ୍ତର କରିବେ। ଏହା ପରେ ଆସନ୍ତାକାଲି ଅର୍ଥାତ ମେ’ ୬ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟପାଳ ଆର.ଏନ. ରବିଙ୍କୁ ଭେଟି ଆନୁଷ୍ଠାନିକ ଭାବେ ଫଳାଫଳ ସମ୍ପର୍କରେ ଅବଗତ କରାଇବେ। ଏହି ପ୍ରକ୍ରିୟା ପରେ ରାଜ୍ୟପାଳ ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇସ୍ତଫା ପ୍ରଦାନ ପାଇଁ ନିମନ୍ତ୍ରଣ କରିବେ ଏବଂ ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାକୁ ଅନୁରୋଧ କରିବେ।






