AK ଚୀନ୍ରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଚୀନ୍ର ହୁନାନ୍ ପ୍ରଦେଶରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଚୀନ୍ରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଚୀନ୍ର ହୁନାନ୍ ପ୍ରଦେଶରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଘଟଣାରେ ୬୧ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ୫୦୦ରୁ ଅଧିକ ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି। ବିସ୍ଫୋରଣ ଏତେ ବଡ଼ ଥିଲା ଯେ, ଏହା କାରଖାନାର ୩ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ ପ୍ରଭାବିତ କରିଥିଲା। ଉଦ୍ଧାରକାରୀମାନେ ଏହି ଅଞ୍ଚଳର ବାସିନ୍ଦାମାନଙ୍କୁ ଅସ୍ଥାୟୀ ଆଶୟସ୍ଥଳକୁ ସ୍ଥାନାନ୍ତର କରୁଛନ୍ତି । ଚୀନ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ, ଲିୟୁୟାଙ୍ଗରେ ଥିବା ହୁଆଶେଙ୍ଗ ଫାୟାରୱାର୍କସ୍ ମ୍ୟାନୁଫ୍ୟାକଚରିଂ ଆଣ୍ଡ୍ ଡିସପ୍ଲେ କମ୍ପାନିର ମାଲିକାନାରେ ଥିବା ଏକ ୱାର୍କସପରେ ବିସ୍ଫୋରଣ ଘଟିଛି। ଏକ ଏକ ପ୍ରମୁଖ ଫାଇବର୍ ଉତ୍ପାଦନ କେନ୍ଦ୍ର। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ଯୋଗୁ ସୃଷ୍ଟି ହୋଇଥିବା କମ୍ପନରେ ନିକଟସ୍ଥ ଗ୍ରାମଗୁଡ଼ିକରେ ଥିବା ଘରର କବାଟ ଏବଂ ଝରକା ଭାଙ୍ଗି ଯାଇଥିଲା। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ ଦୁର୍ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଆହତଙ୍କ ଚିକିତ୍ସା ପାଇଁ ପ୍ରୟାସ ତ୍ୱରାନ୍ୱିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ସହିତ ସେ ଶିଳ୍ପ ସଂସ୍ଥାଗୁଡ଼ିକରେ ଥିବା ସୁରକ୍ଷା ପ୍ରଣାଳୀ ଯାଞ୍ଚ୍ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।






