AK ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା । କହିଲେ , ବିକଶିତ ଭାରତ ୨୦୪୭ ପାଇଁ ସୁଗମ ହେବ ବଙ୍ଗ ବିଜୟ । ଅଙ୍ଗ ବଙ୍ଗ କଳିଙ୍ଗ କଥା ଗତକାଲି ମଧ୍ୟ ପ୍ରଧମନ୍ତ୍ରି କହିଛନ୍ତି । ବିଜୟ ପରେ ବିକଶିତ ଭାରତ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ପଶ୍ଚିମବଙ୍ଗ ବଡ଼ ବିଜୟ ପରେ ବିଜେପି ରାଜ୍ୟ ସଭାପତିଙ୍କ ପ୍ରତିକ୍ରିୟା । କହିଲେ , ବିକଶିତ ଭାରତ ୨୦୪୭ ପାଇଁ ସୁଗମ ହେବ ବଙ୍ଗ ବିଜୟ । ଅଙ୍ଗ ବଙ୍ଗ କଳିଙ୍ଗ କଥା ଗତକାଲି ମଧ୍ୟ ପ୍ରଧମନ୍ତ୍ରି କହିଛନ୍ତି ।

ବିଜୟ ପରେ ବିକଶିତ ଭାରତ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ । ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ। ଉଭୟ ରାଜ୍ୟ ମଧ୍ୟରେ ସମ୍ପର୍କ ହୀନମନ୍ୟତା ଯୋଗୁ ରାଜନୈତିକ ବିବାଦ ଉପୁଜିଥିଲା । ଏବେ ଏହାର ସମାଧାନ ହେବ । ଭଲ ସମ୍ପର୍କ ସ୍ଥାପନ ହେବ । କିଛି ଲୋକ ଥାଆନ୍ତି ସେମାନେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ । ବଙ୍ଗରେ ବିଜେପି ସରକାର ଆସିବା ପରେ ଭଲ ସମ୍ପର୍କ ସ୍ଥାପନ ହେବ । ବିବାଦ କିଛି ନଥିଲା, ଯାହା ଥିଲା ତାହା ସମାଧାନ ହେବ । ସେପଟେ ବିଜେପିର ପ୍ରତିକ୍ରିୟାକୁ ନେଇ କଟାକ୍ଷ କଲା ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା, ବିଜେପି କାହିଁକି ସ୍ୱପ୍ନ ରାଜ୍ୟରେ ଅଛି ତାଙ୍କର ବି ପତନ ଆସିବ । ବିଜେପି ଯେତେ ସବୁ କେନ୍ଦ୍ରୀୟ ସଂସ୍ଥା ଅଛି ସେମାନେ ବିଜେପି ସହ ଆଲିଆନ୍ସ କରିଛନ୍ତି । ସେ ନିଜେ ଲଢ଼ୁଛନ୍ତି ଏମାନଙ୍କୁ କାର୍ଯ୍ୟରେ ଲଗାଉଛନ୍ତି । ବିଜେପି ପାଖରେ ହଜାର ହଜାର କୋଟି । ଅର୍ଥ ବଳ, କେନ୍ଦ୍ରୟ ସଂସ୍ଥାର ଦୁରୁପଯୋଗ ଏବଂ ଯେଣେତେଣେ ଜିତିବାର ଲଢେଇରେ ଜିତୁଛନ୍ତି । ସେମାନଙ୍କ ଅନ୍ତ ଆସିବ ।






