AK ପୂର୍ବଧାରା ଅନୁସାରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଗତ ସଂସ୍କରଣର ବିଜେତା ହୋଇଥିବାରୁ ଏହାର ଘରୋଇ ପଡିଆ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା କଥା । ଚଳିତ ଆଇପିଏଲ୍ର ପ୍ଲେ ଅଫ୍ ଓ ଫାଇନାଲ୍ ଖେଳସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ।

କିନ୍ତୁ ଫାଇନାଲ୍ ମ୍ୟାଚ୍ ଭେନ୍ୟୁକୁ ନେଇ ସଂଶୟ ଭିତରେ ରହିଛି ବିସିସିଆଇ । କର୍ଣ୍ଣାଟକର ବିଧାୟକ ଓ ସାଂସଦମାନଙ୍କୁ ଆଇପିଏଲ୍ ଟିକଟ୍ ପ୍ରଦାନକୁ ନେଇ ବିବାଦ ସୃଷ୍ଟି ହୋଇଥିବାରୁ ବିସିସିିଆଇ ଫାଇନାଲ୍ ମ୍ୟାଚ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା କଥା ଚିନ୍ତା କରୁଛି । ପୂର୍ବଧାରା ଅନୁସାରେ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଗତ ସଂସ୍କରଣର ବିଜେତା ହୋଇଥିବାରୁ ଏହାର ଘରୋଇ ପଡିଆ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା କଥା । କିନ୍ତୁ ଟିକଟ୍ ବିବାଦ ବିସିସିଆଇକୁ ଜଟିଳ ପରିସ୍ଥିତିରେ ପକାଇ ଦେଇଛି । ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଖୁବ ଶୀଘ୍ର ପ୍ଲେ ଅଫ୍ ସୂଚୀ ପ୍ରକାଶ ପାଇବ । ଏହି ମ୍ୟାଚ୍ ଗୁଡିକ ପଞ୍ଜାବ ଓ କର୍ଣ୍ଣାଟକ ମଧ୍ୟରେ ଆବଣ୍ଟିତ ହେବ । ଟିକଟ୍ ବିବାଦର ସମାଧାନ ନ ହେଲେ ଏହାକୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବା ଲାଗି ବିଚାର କରାଯିବ ବୋଲି ଜଣେ ବିସିସିଆଇ ବ୍ୟକ୍ତି ପ୍ରକାଶ କରିଛନ୍ତି ।






