AK ଘରୋଇ ସ୍କୁଲ ଗୁଡ଼ିକୁ ଏନଓସି ପ୍ରଦାନରେ ବ୍ୟାପକ ଅନିୟମିତତା ମାମଲା । ଶିକ୍ଷା ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ ବା ଓଏଚଆରସି । ଏ ନେଇ ଏକ ମାମଲାର ଶୁଣାଣି କରି ଆୟୋଗ ଉପଯୁକ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଶିକ୍ଷା ସଚିବଙ୍କୁ ନୋଟିସ କରିଛନ୍ତି । ରାଷ୍ଟ୍ରୀୟ ମାନବାଧିକାର ସାମ୍ମୁଖ୍ୟ ସଭାପତି ରମେଶ ଭାରତୀ ଏବଂ ଆବାହକ ଭୁମୋହନ ବେବର୍ତ୍ତା ଅଭିଯୋଗ ଆଣିଛନ୍ତି । ଶିକ୍ଷା ବିଭାଗକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ ବା ଓଏଚଆରସି ।

ଏ ନେଇ ଏକ ମାମଲାର ଶୁଣାଣି କରି ଆୟୋଗ ଉପଯୁକ୍ତ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଶିକ୍ଷା ସଚିବଙ୍କୁ ନୋଟିସ କରିଛନ୍ତି । ରାଷ୍ଟ୍ରୀୟ ମାନବାଧିକାର ସାମ୍ମୁଖ୍ୟ ସଭାପତି ରମେଶ ଭାରତୀ ଏବଂ ଆବାହକ ଭୁମୋହନ ବେବର୍ତ୍ତା ଅଭିଯୋଗ ଆଣିଛନ୍ତି । ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ଅନେକ ଘରୋଇ ସ୍କୁଲ ଭଡ଼ା ଘରେ ଚାଲୁଛନ୍ତି । ଯଦିଓ ସେମାନେ ସରକାରଙ୍କଠାରୁ ନିର୍ଦ୍ଦିଷ୍ଟ ସମୟ ପାଇଁ ଏନଓସି ପାଇଛନ୍ତି କିନ୍ତୁ ସେମାନେ ଏହାକୁ ନବୀକରଣ କରିନାହାଁନ୍ତି । ଘରଭଡ଼ା ବୃଦ୍ଧି ଯୋଗୁଁ କିଛି ସ୍କୁଲ ବନ୍ଦ ହେଉଛି ଯାହା ଫଳରେ ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠପଢ଼ା ଜାରି ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନେ ସମୟୋଚିତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ଏମିତିକି କେତେକ ସ୍କୁଲରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଜାଲ ଭାବେ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏନଓସି ପ୍ରଦାନ କ୍ଷେତ୍ରରେ ଏଭଳି ବହୁ ଅନିୟମିତତା ସାମ୍ନା ଆସିବା ପରେ ଶିକ୍ଷା ସଚିବଙ୍କୁ ଅଭିଯୋଗ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମାନବାଧିକାର ସାମ୍ମୁଖ୍ୟ ତରଫରୁ ମାନବାଧିକାର ଆୟୋଗଙ୍କ ନିକଟରେ ମାମଲା ରୁଜୁ କରାଯାଇଥିଲା ।






