AK ରାତିସାରା ପଞ୍ଜାବର ଦୁଇଟି ଭିନ୍ନ ସ୍ଥାନରେ ବିସ୍ଫୋରଣ ହେବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ଜଳନ୍ଧରରେ ବିଏସଏଫ ପଞ୍ଜାବ ମୁଖ୍ୟାଳୟ ବାହାରେ ବିସ୍ଫୋରଣ ପରେ, ଅମୃତସରର ଖାସା ଅଞ୍ଚଳରେ ଏକ ସେନା ଶିବିର ବାହାରେ ମଧ୍ୟ ବିସ୍ଫୋରଣ ହୋଇଥିଲା ।

ରାତିସାରା ପଞ୍ଜାବର ଦୁଇଟି ଭିନ୍ନ ସ୍ଥାନରେ ବିସ୍ଫୋରଣ ହେବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଜଳନ୍ଧରରେ ବିଏସଏଫ ପଞ୍ଜାବ ମୁଖ୍ୟାଳୟ ବାହାରେ ବିସ୍ଫୋରଣ ପରେ, ଅମୃତସରର ଖାସା ଅଞ୍ଚଳରେ ଏକ ସେନା ଶିବିର ବାହାରେ ମଧ୍ୟ ବିସ୍ଫୋରଣ ହୋଇଥିଲା । ସେନା ଏବଂ ପଞ୍ଜାବ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଫରେନସିକ୍ ତଦନ୍ତ ଆରମ୍ଭ କରିଥିଲେ। ଅଧିକାରୀମାନେ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅମୃତସର ଗ୍ରାମୀଣ ପୋଲିସର ପୋଲିସ ଅଧୀକ୍ଷକ (ଗୋଇନ୍ଦା) ଆଦିତ୍ୟ ୱାରିଅର କହିଛନ୍ତି ଯେ ଏହି ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରାଯାଉଛି ଏବଂ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି।






