AK ଭଉଣୀ କଙ୍କାଳ ବୋହି ପୁଣି ଶୁଦ୍ଧି ହେଲେ ଜିତୁ ମୁଣ୍ଡା । ଜାତି ସମାଜର ରୋଷ ଶିକାର ପରେ ଶୁଦ୍ଧି ହୋଇଛନ୍ତି । କଙ୍କାଳ ବୋହି ଥିବାରୁ ପୁଣି ସୁଦ୍ଧି ପାଇଁ ଗାଁ ଭାଇ ମାନେ ଜିଦ ଧରି ବସିଥିଲେ । ସେଥିପାଇଁ ଗାଁରେ ଜାତି ରୀତି ନୀତି ଅନୁସାରେ ଶୁଦ୍ଧି କାର୍ଯ୍ୟ ଚାଲିଛି । ସମାଧି ନିକଟରେ ଛେଳି ଓ କୁକୁଡ଼ା ପରେ ଜାତି ଭାଇଙ୍କ ଉପସ୍ଥିତିରେ ତୁଠରେ ମୁଣ୍ଡନ ହେବେ ଜିତୁ । ଭଉଣୀର କଙ୍କାଳ ଭାଇ ବୋହିବାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା ।

ଜାତି ସମାଜର ରୋଷ ଶିକାର ପରେ ଶୁଦ୍ଧି ହୋଇଛନ୍ତି । କଙ୍କାଳ ବୋହି ଥିବାରୁ ପୁଣି ସୁଦ୍ଧି ପାଇଁ ଗାଁ ଭାଇ ମାନେ ଜିଦ ଧରି ବସିଥିଲେ । ସେଥିପାଇଁ ଗାଁରେ ଜାତି ରୀତି ନୀତି ଅନୁସାରେ ଶୁଦ୍ଧି କାର୍ଯ୍ୟ ଚାଲିଛି । ସମାଧି ନିକଟରେ ଛେଳି ଓ କୁକୁଡ଼ା ପରେ ଜାତି ଭାଇଙ୍କ ଉପସ୍ଥିତିରେ ତୁଠରେ ମୁଣ୍ଡନ ହେବେ ଜିତୁ । ଭଉଣୀର କଙ୍କାଳ ଭାଇ ବୋହିବାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । କେନ୍ଦୁଝର ଜିଲ୍ଲା ପାଟଣାର ଏହି ଉଦବେଗଜନକ ଘଟଣା ତୀବ୍ର ସମାଲୋଚିତ ହେବା ପରେ, ଜିତୁ ମୁଣ୍ଡାଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ । ଜିତୁ ଫେରିପାଇଥିଲେ ତାଙ୍କ ଭଉଣୀ ବ୍ୟାଙ୍କରେ ଜମା କରିଥିବା ଟଙ୍କା । ତେବେ ଏସବୁ ଭିତରେ, ୧୦ ବର୍ଷ ପରେ ପୁଣି ପଦାରେ ପଡ଼ିଥିଲା ବ୍ୟବସ୍ଥାର ବିକଳ ଚିତ୍ର । ସେବେ ବି ଓଡ଼ିଶା ଲଜ୍ଜିତ ହୋଇଥିଲା । ଏବେ ପୁଣି ତଳକୁ ହୋଇଗଲା ମୁଣ୍ଡ । ୧୦ ବର୍ଷ ତଳେ ସ୍ତ୍ରୀର ଶବ ବୋହିଥିଲା ସ୍ୱାମୀ । କାଲି ଭାଇ ବୋହିଆଣିଲା ଭଉଣୀର କଙ୍କାଳ । ଦାନ ମାଝୀ ହୁଅନ୍ତୁ, ଅବା ଜିତୁ ମୁଣ୍ଡା. କାନ୍ଧରେ ଶବ ଚିତ୍କାର କରି କହୁଥିଲା- ଉଭୟଙ୍କ ଅସହାୟତା । ଏବେ ବି ବ୍ୟକ୍ତି ଓ ବ୍ୟବସ୍ଥା ଭିତରେ ଥିବା ଆକାଶ ପାତାଳ ଦୂରତା । ବ୍ୟାଙ୍କ ବାବୁଙ୍କ ଏଭଳି କଥା ଶୁଣି ସମାଧି ଖୋଳି ୩ କିଲୋମିଟର ଦୂରରୁ ଭଉଣୀର କଙ୍କାଳ ବୋହି ଆଣିଥିଲେ ଜିତୁ ମୁଣ୍ଡା । ଖାଲି ରାଜ୍ୟ ନୁହେଁ, ସାରା ଦେଶରେ ଏହି ଘଟଣା ହଇଚଇ ସୃଷ୍ଟି କରିବା ପରେ, ତାଙ୍କ ପାଖରେ ପହଞ୍ଚିଥିଲେ ପ୍ରଶାସନ ଓ ବ୍ୟାଙ୍କ କର୍ତ୍ତୃପକ୍ଷ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଡିଆନାଳି ଗାଁକୁ ଯାଇ ଜିତୁଙ୍କୁ ତାଙ୍କ ଭଉଣୀ ଜମା କରିଥିବା ପ୍ରାୟ ୧୯ ହଜାର ଟଙ୍କା ସହିତ ରେଡ୍କ୍ରସ୍ ପାଣ୍ଠିରୁ ଆଉ ୨୦ ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।






