AK କାଜୁ ଚୋପା ଭର୍ତ୍ତି ଟ୍ରକରେ ୬୦ ବସ୍ତା ଗଞ୍ଜେଇ । ବରଗଡ଼-ଝାରବନ୍ଧ ଥାନା ଅଧୀନ ସରଗୁଲ ଛକରେ ସନ୍ଦେହରେ ପୁଲିସ ଏକ ଟ୍ରକକୁ ଅଟକ ରଖିଥିଲା ।

ବାହାରୁ ଦେଖିବାକୁ ଟ୍ରକରେ କାଜୁ ଚୋପା ଥିବା ଜଣାପଡୁଥିଲା କିନ୍ତୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିବା ସମୟରେ ସତ ସାମ୍ନାକୁ ଆସିଲା । ଟ୍ରକରେ ୬୦ରୁ ଅଧିକ ଗଞ୍ଜେଇ ପ୍ୟାକେଟ୍ ପୁଲିସ ଜବତ କରିଛି । ଏହି ଚୋରାଚାଳାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି ଥାନାରେ ଅଟକ ରଖାଯାଇଛି । ଜଣେ ଝାରବନ୍ଧ ଥାନା ସଲଡ଼ିହି ଗ୍ରାମର ଥିବାବେଳେ, ଆଉ ଜଣେ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।






