AK ବିବାଦ ଘେରରେ ମହାନଦୀର ଜଳ । ଟ୍ରିବ୍ୟୁନାଲରେ ମହାନଦୀର ପାଣି ଉପଲବ୍ଧ ଭୁଲ ତଥ୍ୟ ଉପସ୍ଥାପିତ ହୋଇଛି ବୋଲି ଅଭିଯୋଗ ଆଣିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ଟ୍ରିବ୍ୟୁନାଲ ସାମ୍ନାରେ ସରକାର ଦେଇଥିବା ଭୁଲ ତଥ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ରାଜ୍ୟ ସ୍ୱାର୍ଥକୁ ସାଲିସ କରାଯାଇଛି । ନ୍ୟାୟ ପାଇବନି ମହାନଦୀ । ଟେକ୍ନିକାଲ୍ କମିଟି ମହାନଦୀକୁ ନେଇ ଭୁଲ ହିସାବ ଦେଇଛନ୍ତି । ଟ୍ରିବ୍ୟୁନାଲରେ ମହାନଦୀର ପାଣି ଉପଲବ୍ଧ ଭୁଲ ତଥ୍ୟ ଉପସ୍ଥାପିତ ହୋଇଛି ବୋଲି ଅଭିଯୋଗ ଆଣିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ ।

ଟ୍ରିବ୍ୟୁନାଲ ସାମ୍ନାରେ ସରକାର ଦେଇଥିବା ଭୁଲ ତଥ୍ୟ ଓଡ଼ିଶା ସ୍ୱାର୍ଥ ବିରୋଧୀ ରାଜ୍ୟ ସ୍ୱାର୍ଥକୁ ସାଲିସ କରାଯାଇଛି । ନ୍ୟାୟ ପାଇବନି ମହାନଦୀ । ଟେକ୍ନିକାଲ୍ କମିଟି ମହାନଦୀକୁ ନେଇ ଭୁଲ ହିସାବ ଦେଇଛନ୍ତି । ସେମାନଙ୍କ ତଥ୍ୟ ଅନୁସାରେ ମହାନଦୀରେ ସମସ୍ୟା ନାହିଁ ବରଂ ଆମେ ପାଣିରେ ଉବୁଟୁବୁ ହଉଛୁ,ମିଛରେ ପ୍ରତିବାଦ କରୁଛୁ । ମେ ୨ ରେ ସରକାର ଟ୍ରିବ୍ୟୁନାଲ ପାଖରେ ଏହି ତଥ୍ୟ ଦାଖଲ କରିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଜଳ ସଙ୍କଟର ତଥ୍ୟ ଦେଉଛନ୍ତି ହେଲେ ଅନ୍ୟପଟେ ଜଳ ସଙ୍କଟ ନାହିଁ ବୋଲି ଟ୍ରିବ୍ୟୁନାଲରେ କହୁଛନ୍ତି । ଆମେ ଆହ୍ୱାନ କରୁଛୁ ୨୦ମେ ଭିତରେ ମୁଖ୍ୟମନ୍ତ୍ରୀ ଆମକୁ ସମୟ ଦିଅନ୍ତୁ, ଆଲୋଚନାକୁ ଡାକନ୍ତୁ । ସମୟ ନଦେଲେ ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ସତ୍ୟାଗ୍ରହ କରିବ ମହାନଦୀ ବଞ୍ଚାଓ ଆନ୍ଦୋଳନ । ଆସନ୍ତା ୩୦ମେରେ ଦିଲ୍ଲୀରେ ଟ୍ରିବ୍ୟୁନାଲ ଶୁଣାଣୀ ଅଛି, ଆମେ ସେଦିନ ଦିଲ୍ଲୀ ଯାଇ ଟ୍ରିବ୍ୟୁନାଲ ଆଗରେ ଧାରଣା ଦେବୁ ବୋଲି କହିଛନ୍ତି ।






