AK ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ତାଙ୍କ ବାର୍ତ୍ତାରେ ଭାରତୀୟ ସେନାବାହିନୀକୁ ଏହାର ଅତୁଳନୀୟ ସାହସ ପାଇଁ ପ୍ରଶଂସା କରିଛନ୍ତି । ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ହୋଇଥିବା ବର୍ବରତାର ଉଚିତ ଜବାବ ଦେଇଛନ୍ତି। ପୂରା ଦେଶ ଆମ ସୈନ୍ୟଙ୍କ ଅଦମ୍ୟ ସାହସକୁ ପ୍ରଶଂସା କରୁଛି ବୋଲି କହିଛନ୍ତି ।


‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରଣ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କ ଆକାଉଣ୍ଟର ଡିସ୍ପ୍ଲେ ଫଟୋରେ ଏହାର ଏକ ଫଟୋକୁ ସ୍ଥାନିତ କରିଛନ୍ତି । ଏହାସହିତ ଜାତୀୟ ପତାକା ମଧ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ତାଙ୍କ ବାର୍ତ୍ତାରେ ଭାରତୀୟ ସେନାବାହିନୀକୁ ଏହାର ଅତୁଳନୀୟ ସାହସ ପାଇଁ ପ୍ରଶଂସା କରିଛନ୍ତି । ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ହୋଇଥିବା ବର୍ବରତାର ଉଚିତ ଜବାବ ଦେଇଛନ୍ତି। ପୂରା ଦେଶ ଆମ ସୈନ୍ୟଙ୍କ ଅଦମ୍ୟ ସାହସକୁ ପ୍ରଶଂସା କରୁଛି ବୋଲି କହିଛନ୍ତି । ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଜବାବ ଓ ଜାତୀୟ ସୁରକ୍ଷା ରକ୍ଷା କରିବାକୁ ଅଟଳ ପ୍ରତିବଦ୍ଧତାକୁ ସୂଚାଉଛି । ଆତଙ୍କବାଦକୁ ପରାସ୍ତ କରିବା ଓ ଏହାର ସମସ୍ତ ନେଟୱର୍କୁ ନଷ୍ଟ କରିବାକୁ ଆମେ ଦୃଢ ପ୍ରତିଶ୍ରୁତିବଦ୍ଧ ଅଛୁ ବୋଲି ବାର୍ତ୍ତା ଦେଇଛନ୍ତି । ଭାରତୀୟ ବାୟୁସେନା ମଧ୍ୟ ଗତବର୍ଷ ପାକିସ୍ତାନରେ କିପରି ଆତଙ୍କବାଦୀ ଭିତ୍ତିଭୂମି ଧ୍ବଂସ କରିଥିଲା ତାହାର ଏକ ଭିଡିଓ କ୍ଲିପ୍ ମଧ୍ୟ ସେୟାର କରିଛି । ୨୦୨୫ ଏପ୍ରିଲ ୨୨ ତାରିଖରେ ପହଲଗାମରେ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଧର୍ମ ପଚାରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହାର ଜବାବରେ ଭାରତ ପକ୍ଷରୁ ସେହିବର୍ଷ ମେ ମାସ ୭ ତାରିଖ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ୧୦୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।






