AK ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ) ମୁଖ୍ୟ ବିଜୟ ଗୁୂରୁବାର ପୁଣି ଥରେ ଲୋକଭବନ ଯାଇ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି । କିନ୍ତୁ ରାଜ୍ୟପାଳ ତାଙ୍କୁ ପ୍ରଥମେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ଓ ତା’ପରେ ଶପଥ ଗ୍ରହଣ କରିବାକୁ କହିଛନ୍ତି । ତାମିଲନାଡ଼ୁରେ ସରକାର ଗଠନ ନେଇ ସସ୍ପେନ୍ସ ଜାରି ରହିଛି । ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ) ମୁଖ୍ୟ ବିଜୟ ଗୁୂରୁବାର ପୁଣି ଥରେ ଲୋକଭବନ ଯାଇ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଭେଟିଛନ୍ତି । କିନ୍ତୁ ରାଜ୍ୟପାଳ ତାଙ୍କୁ ପ୍ରଥମେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ଓ ତା’ପରେ ଶପଥ ଗ୍ରହଣ କରିବାକୁ କହିଛନ୍ତି । ଅନ୍ୟପକ୍ଷରେ ଟିଭିକେ ସମର୍ଥକମାନେ ବିଜୟଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିବା ଦାବି କରି ଲୋକଭବନ ନିକଟରେ ପ୍ରତିବାଦ କରିବା ଆଶଙ୍କାକୁ ଦେଖି ଚେନ୍ନାଇର ମରିନା ବିଚ୍ ଅଭିମୁଖେ ଯାଇଥିବା ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାପୂର୍ବରୁ ବିଜୟ ଗତକାଲି ରାଜ୍ୟପାଳଙ୍କୁ ଭେଟିଥିଲେ। ବିଜୟଙ୍କ ସହିତ କଂଗ୍ରେସ ବିଧାୟକ ମଧ୍ୟ ଥିଲେ ।

କିନ୍ତୁ ଟିଭିକେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଆବଶ୍ୟକ ସଂଖ୍ୟା ନଥିବା ରାଜ୍ୟପାଳ ଅନୁଭବ କରିଥିଲେ। ରାଜ୍ୟପାଳ ଏହା ଉପରେ ଆଇନଗତ ମତାମତ ଲୋଡ଼ୁଛନ୍ତି । ଟିଭିକେ ପାଖରେ ବର୍ତ୍ତମାନ ୧୦୮ ବିଧାୟକ ଥିବାବେଳେ ୫ ବିଧାୟକ ଥିବା କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ ଦେଇଛି । ଏହାବାଦ୍ ଟିଭିକେ ପାଖରେ ଆଉ ମାତ୍ର ୫ଟି ଆସନ କମ୍ ପଡ଼ୁଛି। କଂଗ୍ରେସ ସାମ୍ପ୍ରଦାୟିକ ଦଳମାନଙ୍କ ସମର୍ଥନ ନନେବାକୁ ସର୍ତ୍ତ ରଖିଛି । ବାକି ଥିବା ଆସନ ପାଇଁ ସିପିଏମ୍, ସିପିଆଇ, ଭିଟିକେ ଓ ପିଏମ୍କେଠାରୁ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି । ପିଏମକେ ପାଖରେ ୪ଟି ଆସନ ଥିବାବେଳେ ଅନ୍ୟ ତିନି ଦଳ ପାଖରେ ୨ଟି ଲେଖାଏଁ ଆସନ ରହିଛି। ରାଜ୍ୟପାଳ ପୂରା ନମ୍ବର ସହିତ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାକୁ କହିଛନ୍ତି। ବିଜେପି ରାଜନୀତି କରୁଥିବା କହି କଂଗ୍ରେସ ରାଜ୍ୟପାଳଙ୍କ ଉପରେ ଅସନ୍ତୁଷ୍ଟ ଅଛି । ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘବୀ କହିଛନ୍ତି, ରାଜ୍ୟପାଳଙ୍କ ନିକଟରେ କୌଣସି ବିକଳ୍ପ ନାହିଁ। ସେ ରାଜ୍ୟର ସବୁଠୁ ବଡ଼ ଦଳକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା କଥା। ସିଂଘବୀ କହିଛନ୍ତି, ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦଳ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିନାହାନ୍ତି। ଟିଭିକେ ପାଖରେ ମାତ୍ର ୭/୮ ଟି ଆସନ କମ୍ ଅଛି । ଏପରି ସ୍ଥିତିରେ ରାଜ୍ୟପାଳ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ୧୦ ରୁ ୧୨ ଦିନ ସମୟ ଦେଇଥାନ୍ତି। କିନ୍ତୁ ଯେପରି ଭାବେ ସାମ୍ବିଧାନିକ ମର୍ଯ୍ୟାଦା ଉଲ୍ଲଂଘନ କରାଯାଉଛି, ତାହା ଦୁଃଖଦ। ଜାଣିଶୁଣି ସରକାର ଗଠନ ପ୍ରକ୍ରିୟାକୁ ଝୁଲାଇ ରଖାଯାଇଛି ବୋଲି ସିଂଘବୀ କହିଛନ୍ତି। ଭିଟିକେ ଓ ସିପିଆଇ ମଧ୍ୟ ରାଜ୍ୟପାଳଙ୍କୁ ଟିଭିକେକୁ ସରକାର କରିବାକୁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ସେହିପରି ଏଆଇଏଡିଏମ୍କେ ମଧ୍ୟ ଟିଭିକେ ସହିତ ନିର୍ବାଚନୀ ପରବର୍ତ୍ତୀ କୌଣସି ମେଣ୍ଟ ଗଠନ କରିବ ନାହିଁ ବୋଲି କହିଛି ।






