AK ଡଙ୍ଗା ଓଲଟି ପଡ଼ିବା ଯୋଗୁ ୬ ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପ୍ରବଳ ବର୍ଷା ଯୋଗୁ ତଲାସୀ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା । ଜଣେ ମହିଳା ଓ ଦୁଇଜଣ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ଉତ୍ତର ପ୍ରଦେଶର ହମିର୍ପୁର ଜିଲ୍ଲାରେ ବୁଧବାର ସନ୍ଧ୍ୟାରେ ଗୋଟିଏ ପରିବାରର ୯ ଜଣ ସଦସ୍ୟଙ୍କ ନେଇ ଯାଉଥିବା ଡଙ୍ଗା ବୁଡ଼ିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ଏବେବି ୩ ଜଣ ଶିଶୁ ନିଖୋଜ ଅଛନ୍ତି । ଡଙ୍ଗା ଓଲଟି ପଡ଼ିବା ଯୋଗୁ ୬ ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପ୍ରବଳ ବର୍ଷା ଯୋଗୁ ତଲାସୀ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ଜଣେ ମହିଳା ଓ ଦୁଇଜଣ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ବିବାହ ଭୋଜି ଖାଇବାକୁ ସମସ୍ତେ ନଦୀ ପାର ହୋଇ ଯାଇଥିଲେ। ଭୋଜି ଖାଇବା ପରେ ବିଷ୍ଣୁ ନିଶାଦ, ତାଙ୍କ ପତ୍ନୀ ଓ ପରିବାରର ୭ ଶିଶୁ ତରଭୁଜ ଓ ଖରଭୁଜ ନଦୀ କୂଳରୁ କିଣିବା ପରେ ଘରକୁ ଫେରୁଥିଲେ। ଫେରିବା ସମୟରେ ମଝି ନଈରେ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ବିଷ୍ଣୁ ନିଶାଦ ଓ ଗୋଟିଏ ଶିଶୁ ପହଁରି କୂଳକୁ ଆସି ଯାଇଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟମାନେ ନିଖୋଜ ହୋଇଯାଇଥିଲେ। ପୁଲିସ ଓ ପ୍ରଶାସନ ଖବର ପାଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚଳାଇଥିଲେ ମଧ୍ୟ ୩ ଶିଶୁଙ୍କୁ ଉଦ୍ଧାର କରାଯାଇପାରିନି ।






