AK ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ସମ୍ଭ୍ରାନ୍ତ ଶ୍ରେଣୀଠାରୁ ମଧ୍ୟବିତ୍ତ ପର୍ଯ୍ୟନ୍ତ ସମସ୍ତେ ବାଧ୍ୟ । ହେଲେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଭାରତୀୟ ପରମ୍ପରାରେ ବିବାହ ଋତୁ ହେଉ କିମ୍ବା ନିବେଶର ସୁଯୋଗ ସୁନା ଓ ରୂପା ସବୁବେଳେ ପ୍ରଥମ ପସନ୍ଦ ରହିଥାଏ । ସୁନା ଅଳଙ୍କାର ଅବା କାହାକୁ ପ୍ରିୟ ନୁହେଁ । ହେଲେ ଲଗାତାର ଏହାର ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ସମସ୍ୟା ସୃଷ୍ଟି କରେ । ଏବେ ବିବାହ ଋତୁ ଚାଲିଥିବାବେଳେ ସୁନା ଟିକେ କିଣିବାକୁ ସମ୍ଭ୍ରାନ୍ତ ଶ୍ରେଣୀଠାରୁ ମଧ୍ୟବିତ୍ତ ପର୍ଯ୍ୟନ୍ତ ସମସ୍ତେ ବାଧ୍ୟ ।

ହେଲେ ସୁନା ରେକର୍ଡ ସ୍ତରରେ ପହଞ୍ଚିବା କାରଣରୁ ବିଶେଷ କରି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଭାରତୀୟ ପରମ୍ପରାରେ ବିବାହ ଋତୁ ହେଉ କିମ୍ବା ନିବେଶର ସୁଯୋଗ ସୁନା ଓ ରୂପା ସବୁବେଳେ ପ୍ରଥମ ପସନ୍ଦ ରହିଥାଏ । ମାତ୍ର ଆଜି ସରାଫା ବଜାରରୁ ଯେଉଁ ଖବର ଆସୁଛି, ତାହା ମଧ୍ୟବିତ୍ତ ପରିବାର ପାଇଁ ଚିନ୍ତାର ବିଷୟ ପାଲଟିଛି। ଆନ୍ତର୍ଜାତୀୟ ବଜାରରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଆଜି ସୁନା ଓ ରୂପା ଦରରେ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି । ବାୟଦା ବଜାରରୁ ମିଳିଥିବା ସୂଚନା ଅନୁଯାୟୀ, ଜୁନ୍ ୫ ରେ ଏକ୍ସପାୟାରୀ ଥିବା ସୁନା ₹୧,୫୨,୫୮୦ ସ୍ତରରେ କାରବାର କରୁଛି । ଗତକାଲି ଅପେକ୍ଷା ଆଜି ସୁନା ମୂଲ୍ୟରେ ପ୍ରାୟ ୪୪୮ ଟଙ୍କାର ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ମୂଲ୍ୟ ଏବେ କିଣିବା କାଠିକର ପାଠ ହୋଇଯାଇଛି । ସୁନା ଅପେକ୍ଷା ଆଜି ରୂପାର ମୂଲ୍ୟ ମଧ୍ୟ ଅଧିକ ରହିଛି । ୩ ଜୁଲାଇରେ ଏକ୍ସପାୟରୀ ଥିବା ରୂପା ଆଜି ଏକାଥରକେ ୧୭୩୫ ଟଙ୍କା ବୃଦ୍ଧି ପାଇଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ରୂପାର ମୂଲ୍ୟ ଏବେ ପ୍ରତି କିଲୋଗ୍ରାମ ପିଛା ୨,୫୫,୦୦୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଆଜି ସୁନା ଦରରେ ୦.୨୯% ବୃଦ୍ଧି ଘଟିଥିବା ବେଳେ ରୂପା ୦.୬୯% ବେଗରେ ଦୌଡୁଛି । ଆଜିର ୨୪ କ୍ୟାରେଟ୍ , ୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନାକୁ ଯଦି ଦେଖିବା ତା’ହେଲେ ୨୪ କ୍ୟାରେଟ୍ ୯୯.୯% ସୁନାର ମୂଲ୍ୟ ୧,୫୨,୧୪୦ ଟଙ୍କା ଥିବା ବେଳେ ୯୧.୬% ଶୁଦ୍ଧ ୨୨ କ୍ୟାରେଟ୍ ସୁନାର ଦାମ୍ ୧,୩୯,୪୬୦ ଟଙ୍କା ରହିଛି ଏବଂ ୭୫% ଶୁଦ୍ଧ ୧୮ କ୍ୟାରେଟ୍ ସୁନା ୧,୧୪,୧୫୦ ଟଙ୍କା ରହିଛି ।






