AK ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଧ୍ୟ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ବିଜେପି ନିଜ କୋଟାର ସମସ୍ତ ୧୬ ମନ୍ତ୍ରୀ ପଦ ପୂରଣ କରିଛି, ଜେଡିୟୁ ୧୫ଟି ମନ୍ତ୍ରିପଦ ପୂରଣ କରି ଗୋଟିଏ ଖାଲି ରଖିଛି। ୩୨ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ୧୯ ଜଣ ସାମିଲ ଥିଲେ। ବିଜେପି ଦଳର ବଡ଼ ନେତା ମଙ୍ଗଳ ପାଣ୍ଡେ, ସୁରେନ୍ଦ୍ର ମେହେଟା ଓ ନାରାୟଣ ପ୍ରସାଦଙ୍କୁ ମନ୍ତ୍ରିପଦ ମିଳିନାହିଁ । ବିହାରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀଙ୍କ ମନ୍ତ୍ରିମଣ୍ଡଳରେ ଗୁରୁବାର ସମ୍ପ୍ରସାରଣ କରାଯିବା ପରେ ୩୨ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି।

ପାଟନାର ଗାନ୍ଧୀ ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେପି ସଭାପତି ନିତିନ ନବୀନଙ୍କ ଉପସ୍ଥିତିରେ ଜେଡିୟୁ, ବିଜେପି, ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ବିଧାୟକମାନେ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ଚୌଧାରୀଙ୍କ ବ୍ୟତୀତ ଦୁଇ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧାରୀ, ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମିଶାଇଲେ ୩୫ ଜଣ ମନ୍ତ୍ରୀ ହୋଇଛନ୍ତି। ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଧ୍ୟ ମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି। ବିଜେପି ନିଜ କୋଟାର ସମସ୍ତ ୧୬ ମନ୍ତ୍ରୀ ପଦ ପୂରଣ କରିଛି, ଜେଡିୟୁ ୧୫ଟି ମନ୍ତ୍ରିପଦ ପୂରଣ କରି ଗୋଟିଏ ଖାଲି ରଖିଛି। ୩୨ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ୧୯ ଜଣ ସାମିଲ ଥିଲେ। ବିଜେପି ଦଳର ବଡ଼ ନେତା ମଙ୍ଗଳ ପାଣ୍ଡେ, ସୁରେନ୍ଦ୍ର ମେହେଟା ଓ ନାରାୟଣ ପ୍ରସାଦଙ୍କୁ ମନ୍ତ୍ରିପଦ ମିଳିନାହିଁ। ସମ୍ରାଟଙ୍କ କ୍ୟାବିନେଟ୍ରେ ଓବିସି, ଇବିସି, ସବର୍ଣ୍ଣ, ଦଳିତ ଓ ମହାଦଳିତଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରାଯାଇଛି। ରାଜପୁତ ଜାତିରୁ ସର୍ବାଧିକ ୪ ଜଣ ମନ୍ତ୍ରୀ ହୋଇଛନ୍ତି। ନୀତୀଶଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ୪ ଜଣ ରାଜପୁତ ମନ୍ତ୍ରୀ ଥିଲେ। କୋଇରି ଓ ଭୂମିହାର ଜାତିରୁ ୩ ଜଣ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି। ଯାଦବ, ବ୍ରାହ୍ମଣ, ସୁଡ଼ି, କୁର୍ମି, ଧାନୁକ, ନିଷାଦ, ଦୁସାଧ, ମୁସହର ଓ ରବିଦାସ ଜାତିର ଦୁଇଜଣ ଲେଖାଏଁ ମନ୍ତ୍ରିପଦ ପାଇଛନ୍ତି। କାନୁ, କଲବାର, କହାର, ପାସି, ତେଲି, ଗଙ୍ଗୋତା ଓ ମୁସଲମାନ ଜାତିରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇଛନ୍ତି।






