AK ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ଲକ୍ଷ୍ୟ ନେଇ ଆତ୍ମବିଶ୍ୱାସର ସହିତ ନିର୍ବାଚନ ମଇଦାନରେ ପ୍ରବେଶ କରିଥିଲା ସତ କିନ୍ତୁ ବିଜେପିର ରଣନୀତିକୁ ମୁକାବିଲା କରି ପାରିନଥିଲା । ଦିଦି ଶାସନ ବିରୋଧୀ ଲହରର ସମ୍ମୁଖୀନ ହେଲେ ଯାହା ତାଙ୍କୁ ୧୦୦ ପାର୍ କରିବାକୁ ମଧ୍ୟ ଦେଲାନାହିଁ । ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବିଜେପି ପାଇଁ ବହୁତ ଖାସ୍ ସମୟ ହୋଇଆସିଛି । ହେବନି ବା କାହିଁକି.. ବର୍ଷ ବର୍ଷର ସଂଘର୍ଷ ପରେ ଦଳ ବଙ୍ଗଳାରେ ପଦ୍ମ ଫୁଟାଇବାରେ ସଫଳ ହୋଇଛି ।

ବିଜେପି ସେହି ଦଳକୁ ପରାସ୍ତ କରିଛି ଯିଏ ୩୪ ବର୍ଷର ବାମ ମୋର୍ଚ୍ଚା ସରକାରକୁ ଗାଦିଚ୍ୟୁତ କରି ୧୫ ବର୍ଷ ଧରି ପଶ୍ଚିମବଙ୍ଗରେ ଶାସନ କରିଥିଲା। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ଲକ୍ଷ୍ୟ ନେଇ ଆତ୍ମବିଶ୍ୱାସର ସହିତ ନିର୍ବାଚନ ମଇଦାନରେ ପ୍ରବେଶ କରିଥିଲା ସତ କିନ୍ତୁ ବିଜେପିର ରଣନୀତିକୁ ମୁକାବିଲା କରି ପାରିନଥିଲା । ଦିଦି ଶାସନ ବିରୋଧୀ ଲହରର ସମ୍ମୁଖୀନ ହେଲେ ଯାହା ତାଙ୍କୁ ୧୦୦ ପାର୍ କରିବାକୁ ମଧ୍ୟ ଦେଲାନାହିଁ । ଅନ୍ୟପଟେ ବିଜେପି ୨୦୭ ଆସନ ଜିତି ଦୁଇ-ତୃତୀୟାଂଶରୁ ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ତେବେ ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୈତିକ ଦୃଶ୍ୟପଟକୁ କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସହିତ ଯୋଡ଼ାଯାଇଛି । ଗତବର୍ଷ ଡିସେମ୍ବର ମାସରେ ଆର୍ଜେଣ୍ଟିନା ଅଧିନାୟକ ମେସି “GOAT Tour to India” ର ଅଂଶ ଭାବରେ କୋଲକାତାରେ ପହଞ୍ଚିଥିଲେ । ଫୁଟବଲ୍ ପ୍ରେମୀଙ୍କ ପାଇଁ ଏହା ଏକ ଐତିହାସିକ ଅବସର ଥିଲା କିନ୍ତୁ ଭୁଲ ପରିଚାଳନା ଯୋଗୁଁ ଏହି କାର୍ଯ୍ୟକ୍ରମ ବିବାଦରେ ଫସି ଯାଇଥିଲା । ହଜାର ହଜାର ଦର୍ଶକ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଏକାଠି ହୋଇଥିଲେ କିନ୍ତୁ ସବୁ ନିରାଶରେ ଘରକୁ ଫେରିଥିଲେ । ପ୍ରବଳ ଭିଡ଼ ଏବଂ ବିଶୃଙ୍ଖଳା ଭିତରେ ମେସି କେବଳ ୧୦ ମିନିଟ୍ ପାଇଁ ଷ୍ଟାଡିୟମରେ ରହିଥିଲେ ଏବଂ ତାଙ୍କୁ ତୁରନ୍ତ କଡ଼ା ସୁରକ୍ଷା ଭିତରେ ବାହାରକୁ ନିଆଯାଇଥିଲା । ମହଙ୍ଗା ଟିକେଟ୍ କିଣି ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ମଧ୍ୟ ମେସିଙ୍କ ଗୋଟିଏ ଝଲକ ନପାଇ ରାଗରେ ପଞ୍ଚମ ହୋଇଥିଲେ ପ୍ରଶଂସକ । ଏହା ପରେ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ହଙ୍ଗାମା । ବୋତଲ ଫିଙ୍ଗାରୁ ନେଇ ବିଲବୋର୍ଡ ଭାଙ୍ଗିବା ପର୍ଯ୍ୟନ୍ତ ସବୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା । ଏହି ବିବାଦ ଏକ ବଡ଼ ରାଜନୈତିକ ମୋଡ଼ ନେଇଥିଲା । ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଭୁଲ ପରିଚାଳନା ପାଇଁ ଅଭିଯୋଗ କରିଥିଲେ । ଘଟଣାରେ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।






