AK ଦର୍ଶକ ବନ୍ଧୁ ଭାରତ ସରକାର ଆଣିବାକୁ ଯାଉଛନ୍ତି ଉନ୍ନତ ମାନର ୱାଇଫାଇ ସେବା । ଏହା ଦ୍ୱାରା ୟୁଜର ଙ୍କ ଅଭିଜ୍ଞତା ଉନ୍ନତ କରିବା ଏବଂ ଡିଜିଟାଲ ନେଣ ଦେଣ ରୁ ଅଧିକ ସୁରକ୍ଷିତ କରିବା ଉପରେ ଫୋକସ କରାଯାଇଛି ।


ଏବେ ଠାରୁ ୟୁଜର ମାନଙ୍କୁ ପ୍ରତି ହଟସ୍ପଟ ପାଇଁ ଭିନ୍ନ ଭିନ୍ନ ପାସ୍ ୱାର୍ଡ ଦରକାର ହେବନାହିଁ । ସାରା ଦେଶରେ ରହିଥିବା ୪ ଲକ୍ଷ ହଟସ୍ପଟ ରେ ଏକକ ଓଟପି କିମ୍ବା ପାସ୍ ୱାର୍ଡ ଜରିଆରେ ଲଗ୍ ଇନ୍ କରାଯାଇପାରିବ । ଟ୍ରାଇ ଏ ସମ୍ପର୍କିତ ପରାମର୍ଶ ପତ୍ର ଜାରି କରିଛି । ସାର୍ବଜନୀନ ୱାଇଫାଇ କୁ ସୁରକ୍ଷିତ କରିବା ଲାଗି ୱାଇଫାଇ ପ୍ରୋକ୍ଟେଟ୍ଡ ଏକ୍ଟ ୩ ଭଳି ମାନକ ଲାଗୁ କରାଯାଇଛି । ଏହା ଦ୍ୱାରା ଭିଡ଼ ସ୍ଥାନ ଗୁଡ଼ିକ ରେ ୟୁପିଆଇ ଏବଂ ଡିଜିଟାଲ ପେମେଣ୍ଟ ଲାଗି ଅତିରିକ୍ତ ସୁରକ୍ଷା କଭର ଆସିବ । ସହର ଗୁଡ଼ିକ ରେ ୱାଇଫାଇ ସ୍ପିଡ୍ ଇଣ୍ଟରନେଟ ଏବଂ ଗ୍ରାମାଞ୍ଚଳ ରେ ସୁଲଭ କମ୍ୟୁନିଟୀ ୱାଇଫାଇ ମଡେଲ କାର୍ଯ୍ୟକାରୀ ହେବ । ଦେଶରେ ୧୪୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୨% ୱାଇଫାଇ ର ଉପଯୋଗ କରୁଛନ୍ତି । ଦକ୍ଷିଣ କୋରିଆ ରେ ୮୦% , ଆମେରିକା ରେ ୭୦% , ୟୁରୋପ – ଚୀନ ରେ ୬୦% ଏବଂ ଇଂଲଣ୍ଡ ରେ ୫୦% ଜନସଂଖ୍ୟା ୱାଇଫାଇ ବ୍ୟବହାର କରୁଛନ୍ତି । ଟ୍ରାଇ ଦ୍ୱାରା ପ୍ରସ୍ତାବିତ ନୂଆ ଢାଞ୍ଚା କେବଳ ଇଣ୍ଟରନେଟ ରେ ପହଞ୍ଚ ବଢ଼ାଇବ ନାହିଁ ବରଂ ମୋବାଇଲ ନେଟୱର୍କ ରେ ରହିଥିବା ଡାଟା ଚାପ କୁ କମ୍ କରିପାରିବ । ବିଏସଏନ୍ଏଲ୍ ର ପୂର୍ବତନ ଅଧ୍ୟକ୍ଷ ଅରୁଣ ଶ୍ରୀବାସ୍ତବ କହିଛନ୍ତି ଏଭଳି ପ୍ରସ୍ତାବ ଜରିଆରେ ସଂଯୋଗ ରେ ଉର୍ନତି, ସୁଲଭ ଇଣ୍ଟରନେଟ ଏବଂ ଡିଜିଟାଲ ଭିତ୍ତିଭୂମି ଦୃଢ଼ ହେବ । ଡାଟା ପ୍ଲାନ୍ ନେଉ ନ ଥିବା ୟୁଜର ଏହା ଦ୍ୱାରା ଅଧିକ ଲାଭବାନ ହେବେ ।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






