AK ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା । ଗୋଟିଏ ପରେ ଗୋଟିଏ ବୀଭତ୍ସ ଘଟଣା ସାମ୍ନାକୁ ଆସୁଛି । ଗତକାଲି ଅସଦାଚରଣ ଅଭିଯୋଗ ପରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବୀଭତ୍ସ ହତ୍ୟା କରାଯାଇଛି । ସେହିପରି ସୁନ୍ଦରଗଡ଼ କୋଇଡ଼ାରେ ପିଟିପିଟି ଯୁବକଙ୍କୁ ହତ୍ୟା କରାଯାଇଛି ।

ସେହିପରି ସୁନ୍ଦରଗଡ଼ କୋଇଡ଼ାରେ ପିଟିପିଟି ଯୁବକଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ସମ୍ପର୍କୀୟ । ଦୁଇ ଦିନ ତଳେ ଗଞ୍ଜାମରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିଲା । ନିକଟରେ ପିପିଲିରେ ଯୁବକଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ । ଯାହାକି ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଜିର ଦିନରେ ସମାଜରେ ଏଭଳି ବୀଭତ୍ସ କାଣ୍ଡ ଘଟୁଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ । କାହିଁକି ପୁଲିସ୍ କୌଣସି ସଠିକ୍ ପଦକ୍ଷେପ ଅପରାଧୀଙ୍କ ଉପରେ ନେଉନାହିଁ ତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା ଯେ କେବେ ଏହି ଅପରାଧ ସବୁ ଥମିବ ଏବଂ ସମାଜ ଏକ ସୁସ୍ଥ ବାତାବରଣରେ ଜୀବନଯାପନ କରିବ ।






