କଟକ(ଏ.କେ. ବ୍ୟୁରୋ):କଟକ ସହର ରେ ଘଟିଛି ଏହି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଗତ ସପ୍ତାହ ହେବ କଟକ ବଜ୍ରକବାଟି ରେ ଥିବା ହୋଟେଲ ମହାବୀର ଗାଲାକ୍ସି ରେ ଚାଲିଥିଲା ଜୁଆ ଖେଳ।
ପୋଲିସ କମିଶନରେଟ ପୋଲିସ ପକ୍ଷରୁ ବିଳମ୍ବିତ ରାତ୍ରିରେ ହୋଇଥିଲା ଚଢ଼ାଉ।
ପୋଲିସ ର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଏହାକୁ ପରିଚାଳନା କରିଥିଲେ ଡିସିପି ଋଷିକେଶ ଖିଲାରୀ।
ସୂଚନା ଅନୁସାରେ ମହାବୀର ଗାଲାକ୍ସି ହୋଟେଲ ରେ ଏକ ସପ୍ତାହରୁ ଅଧିକ ଦିନ ଧରି ରାତି ୧୦ ଟା ରୁ ସକାଳ ୬ ପର୍ଯ୍ୟନ୍ତ ଜୁଆଖେଳ ଚାଲୁଥିବା ସମ୍ପର୍କରେ ଡିସିପି ଶ୍ରୀ ଖିଲାରି ଙ୍କୁ ଖବର ମିଳିଥିଲା।

ଏହି ଅଭିଯୋଗ ସତ୍ୟ ଜଣାପଡ଼ିବା ପରେ ହୋଟେଲ ରେ ଚଢ଼ାଉ ପାଇଁ ଯୋଜନା କରାଯାଇଥିଲା।
ଜୋନ ୩ ଏସିପି ଅନନ୍ୟା ଅବସ୍ତି, ଜୋନ ୧ ଏସିପି ଅରୁଣ ସ୍ୱାଇଁ, ମର୍କତ ନଗର ଥାନା ଅଧିକାରୀ ଜଗନ୍ନାଥ ସାହୁ,, ଏସ ଆଇ ଶୁଭ୍ରଜିତ୍ ପୁହାଣ, ଦେବବ୍ରତ ମହାନ୍ତି, ଅଭୟ କୁମାର ସାହୁ,ଚିତ୍ତରଞ୍ଜନ ସାହୁ ଙ୍କୁ ନେଇ ଗଠିତ ସ୍କ୍ୱାଡ ରାତି ପ୍ରାୟ ୧ ଟା ସମୟରେ ଉକ୍ତ ହୋଟେଲ ର ୧୧୦ ରୁମ୍ ରେ ଚଢ଼ାଉ କରିଥିଲା।
ସେଠାରୁ ଜୁଆ ଖେଳ ର ମୁଖ୍ୟ ରିଙ୍ଗ ମାଷ୍ଟର୍ ସହ ୧୩ ଜଣ ଜୁଆଡିଙ୍କୁ କାବୁ କରିଥିଲା ପୋଲିସ ଟିମ।
ଏହି ଜୁଆଡି ଗ୍ୟାଙ୍ଗ ଗତ ଶୁକ୍ରବାର ଠାରୁ ହୋଟେଲ ରେ ତିନିଟି ରୁମ୍ କୁ ବୁକ୍ କରିଥିଲେ।
ଏହି ସବୁ ରୁମ୍ କୁ ଖାନତଲାସି କରାଯିବା ପରେ ନଗଦ ୧୮ଲକ୍ଷ ୩୦ ହଜାର ୭୩୦ ଟଙ୍କା,୬୦ ପ୍ଲାଷ୍ଟିକ ଟୋକନ, ୧୪ ଟି ମୋବାଇଲ, ୧୦ ଟି ଗାଡି ଚାବି ,୪ ଟି ଖେଳ କାର୍ଡ,୮ ଟି ଗାଡି ( ଦୁଇଟି କାର) ମିଳିଥିଲା।
ଏହି ଘଟଣା ର ମୁଖ୍ୟ କାର୍ପଟଦାର କୁହାଯାଉଥିବା କ୍ରିଷ୍ଣା ରାଓ ଘର ଆନ୍ଧ୍ର ପ୍ରଦେଶ ହୋଇଥିଲା ବେଳେ ସେ ପେଶାରେ ଜଣେ ରିକ୍ସା ଚାଳକ ଥିଲା।
୨୦୦୬ ମସିହା ରେ କଟକ ଆସି ରିକ୍ସା ଚଳାଉଥିବା ଚାଳକ ଏବେ କଟକ ଜଗତପୁର ଅଞ୍ଚଳରେ ଗୋଟେ ଦୁଇ ମହଲା କୋଠା କିଣି ପରିବାର ସହ ରହୁଛି।
ପୂର୍ବରୁ କ୍ରିଷ୍ଣା ରାଓ ନାଁ ରେ ମାମଲା ରହିଛି।
ଏହି ମାମଲା ରେ ଫେରାର ଥିବା ଅନ୍ୟ ସହଯୋଗୀ ଙ୍କୁ ଧରିବାକୁ ପୋଲିସ ଯୋଜନା କରାଯାଉଥିବା ଡିସିପି ସୂଚନା ଦେଇଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ






