କୋରାପୁଟ (ଏ.କେ. ବ୍ୟୁରୋ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଧିନସ୍ଥ କୋଡ଼ଇଙ୍ଗାମାଳି ପାହାଡ଼ ରୁ ବାହାରୁଥିବା ମୂଲ୍ୟବାନ ବକ୍ସାଇଟ୍ ଖଣିକୁ ଓଡ଼ିଶା ଖଣି ନିଗମ ଦୀର୍ଘ ସାତ ଆଠ ବର୍ଷ ତଳେ ୩.୬ ମିଲିୟନ ଟନ ଖନନ କରି ରାୟଗଡ଼ା ଜିଲ୍ଲା ଠାରେ ଅବସ୍ଥାପିତ ବେଦାନ୍ତ ଆଲୁମିନିୟମ କମ୍ପାନୀ ବିକ୍ରି କରୁଥିବା ବେଳେ ଆସନ୍ତା ୧୬ ତାରିଖରେ ଉକ୍ତ ଖଣିଟିକୁ ୩.୬ ମିଲିୟନ ଟନ ରୁ ୬ ମିଲିୟନ ଟନ ଖନନ ବୃଦ୍ଧି କରିବା ପାଇଁ ଲକ୍ଷ୍ମୀପୁର ବ୍ଲକ ଚମ୍ପି ଠାରେ ଚଳିତ ମାସ ୧୬ ତାରିଖରେ ଜନ ଶୁଣାଣି ଥିବାରୁ ଆଜି କୋଡ଼ିଲଙ୍ଗାମାଳି ପାହାଡ଼ ପାରିପାର୍ଶ୍ୱିକ ଗ୍ରାମର ଲୋକେ ପ୍ରାୟ ଦଶ ହଜାର ଊର୍ଦ୍ଧ୍ୱ ଲୋକେ ଏକତ୍ରିତ ହୋଇ ଲକ୍ଷ୍ମୀପୁର ମିନି ଷ୍ଟାଡିୟମ ରୁ ଏକ ସଭା ଯାତ୍ରାରେ ବାହାରି ଲକ୍ଷ୍ମୀପୁର ଠାରେ ଥିବା ଓଏମ୍ସି ଅଫିସ୍ ରେ ପହଞ୍ଚି ଓଡ଼ିଶା ମୂଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଓଏମ୍ସି ଡେପୁଟି ମେନେଜର୍ ଙ୍କୁ ପ୍ରଦାନ କରିବା ପରେ ଲକ୍ଷ୍ମୀପୁର ତହସିଲ କାର୍ଯ୍ୟାଳୟ କୁ ଯାଇ ଦାବି ଜଣାଇଥିଲେ ଦାବି ପତ୍ର ଅତିରିକ୍ତ ତହସିଲଦାର ମାଧଵୋ ଭତ୍ରା ଗ୍ରହଣ କରିଥିଲେ।

ସେହିପରି ମାଁ ମୃତ୍ୟାଲୁମାଁ ଟ୍ରକ୍ ଟିପର୍ ମାଲିକ ସଂଘ ତରଫରୁ ଉପ ସଭାପତି ଦୀପକ କୁମାର ଶତପଥୀଙ୍କ ନେତୃତ୍ୱରେ ୩.୬ ମିଲିୟନ ଟନ ରୁ ୬ ମିଲିୟନ ଟନ ବୃଦ୍ଧି କରାଯାଉ କିନ୍ତୁ ଟ୍ରକ୍ ଟିପର୍ ଦ୍ଵାରା ମାଲ ପରିବହନ କରାଉ ବୋଲି ଦାବି ପତ୍ର ପ୍ରଦାନ କରିଥିଲେ। କିନ୍ତୁ କିଛି ମାସ ପୂର୍ବେ ଏହି ଅଞ୍ଚଳର ନେତା ଓ କିଛି ଆଗ ଧାଡ଼ିର ଜନ ସାଧାରଣ ୬ ମିଲିୟନ ଟନ ବୃଦ୍ଧିକୁ ବିରୋଧ କରୁଥିବା ନେତା ଓ ଆଗ ଧାଡ଼ିର ଜନ ସାଧାରଣ ପାଲଟା ମରାକୁ ନେଇ ଅଞ୍ଚଳ ବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରୁ ସଞ୍ଜୟ କୁମାର ପାଣି ଙ୍କ ରିପୋର୍ଟ ଆପଣଙ୍କ ଖବର






