ବାଲିପାଟଣା,(ଏ.କେ. ବ୍ୟୁରୋ) : ବାଲିପାଟଣାରେ ବ୍ରାଉନ ସୁଗାର କାରବାରକୁ ନେଇ ଯୁବକଙ୍କୁ ହତ୍ୟା ଘଟଣା । ସରଦେଇପୁର-ନିମାପଡ଼ା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ । ମଟନ ଦୋକାନରେ ନିଆଁ ଲଗାଇଲେ ଗାଁଲୋକେ । ବାଡ଼େଇ ଭାଙ୍ଗିଲେ ତାରିଣୀ ମଠ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ବିଚ ରାସ୍ତାରେ ଦୃର୍ବୃତ୍ତ ମାନେ ପିଟି ପିଟି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ଅଠାନ୍ତର ଗାଁର କୈଳାଶ ଚନ୍ଦ୍ର ଦାସଙ୍କ ପୁଅ ରାକେଶ ଦାସ ଓରଫ ମଣ୍ଟୁ।

ବ୍ରାଉନ ସୁଗାର କାରବାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଅଠାନ୍ତର ବଜାରରେ ଥିବା ତାରିଣୀ ମନ୍ଦିର ନିଶା ହବ ପାଲଟିଥିଲା । ସେହିଠାରେ ମଣ୍ଟୁଙ୍କୁ ନିଶାଡି ମାନେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏହାକୁ କେନ୍ଦ୍ର କରି ଆଜି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉଠିଛନ୍ତି। ସ୍ଥାନୀୟ ମହିଳା ସଂଗଠନ ସଦସ୍ୟା ଏବଂ ବଜରଙ୍ଗ କର୍ମୀ ରାସ୍ତାକୁ ଓହ୍ଳାଇଛନ୍ତି । ସରଦେଇପୁର ନିମାପଡ଼ା ରାସ୍ତାର ଅଠାନ୍ତର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାର ଉଭୟ ପଟରେ ବହୁ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି । ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଉତ୍ୟକ୍ତ ଲୋକେ ମଟନ ଦୋକାନ ରେ ନିଆଁ ଲଗାଇ ଦେଇଛନ୍ତି । ବ୍ରାଉନ ସୁଗାର ବାବଦରେ ମୃତକ ମଣ୍ଟୁ ଉପରେ ବେଙ୍ଗବତୀ ଗାଁର ପିଣ୍ଟୁ ସାହାଙ୍କ ୨୦ହଜାର ଟଙ୍କା ବାକି ଥିଲା। ଯାହାକୁ ନେଇ ବିବାଦ ହୋଇଥିବା କୁହାଯାଉଛି । ଏହାକୁ କେନ୍ଦ୍ର କରି ଆଜି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଉଠିଛନ୍ତି। ସ୍ଥାନୀୟ ମହିଳା ସଂଗଠନ ସଦସ୍ୟା ଏବଂ ବଜରଙ୍ଗ କର୍ମୀ ରାସ୍ତାକୁ ଓହ୍ଳାଇଛନ୍ତି । ସରଦେଇପୁର ନିମାପଡ଼ା ରାସ୍ତାର ଅଠାନ୍ତର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାର ଉଭୟ ପଟରେ ବହୁ ସଂଖ୍ୟାରେ ଗାଡ଼ି ମଟର ଅଟକି ରହିଛି । ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଉତ୍ୟକ୍ତ ଲୋକେ ମଟନ ଦୋକାନ ରେ ନିଆଁ ଲଗାଇ ଦେଇଛନ୍ତି । ବ୍ରାଉନ ସୁଗାର ବାବଦରେ ମୃତକ ମଣ୍ଟୁ ଉପରେ ବେଙ୍ଗବତୀ ଗାଁର ପିଣ୍ଟୁ ସାହାଙ୍କ ୨୦ହଜାର ଟଙ୍କା ବାକି ଥିଲା। ଯାହାକୁ ନେଇ ବିବାଦ ହୋଇଥିବା କୁହାଯାଉଛି ।






