ଏ.କେ. ବ୍ୟୁରୋ: ନନ୍ଦିପଦା ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ଟି ହାଇୱା ଜବତ କରିବା ସହିତ ୧୪ ଜଣଙ୍କୁ ଅଟକ ରଖାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୈତରଣୀ ନଦୀ କୂଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଘାଟ ସୃଷ୍ଟି କରି ଦିନ ରାତି ବ୍ୟାପକ ଭାବେ ବାଲି ଲୁଟ କରାଯାଉଛି । ଆନନ୍ଦପୁର ଉପଖଣ୍ଡରେ ପୁଣି ସାମ୍ନାକୁ ଆସିଛି ବୈତରଣୀ ନଦୀରୁ ବେଆଇନ ବାଲି ଚୋରା ଚାଲାଣର ସାଙ୍ଘାତିକ ଚିତ୍ର ।

ଘସିପୁରା ଥାନା ଅନ୍ତର୍ଗତ ଆମାରଙ୍ଗ ବାଲିଘାଟ ଉପରେ ବିଳମ୍ବିତ ରାତିରେ କେନ୍ଦୁଝର ସ୍ପେଶାଲ ସ୍କ୍ବାର୍ଡର ଏକ ସ୍ୱତନ୍ତ୍ର ଟିମ ଅଚାନକ ଚଢ଼ାଉ କରି ବେଆଇନ ବାଲି ଉତ୍ତୋଳନରେ ବ୍ୟବହୃତ ୨ଟି ଜେସିବି ମେସିନ ଓ ୪ଟି ହାଇୱା ଗାଡ଼ିକୁ ଜବତ କରିଛି । ସେହିପରି ଦୀର୍ଘ ଦିନ ଧରି ଘାଟ ନିକଟରେ ଖରାପ ଅବସ୍ଥାରେ ପଡ଼ିଥିବା ଅନ୍ୟ ୨ଟି ମେସିନକୁ ମଧ୍ୟ ଜବତ କରାଯାଇ ଘସିପୁରା ପୋଲିସଙ୍କୁ ହସ୍ତାନ୍ତର କରାଯାଇଛି ।ସେହିପରି ନନ୍ଦିପଦା ପୋଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫ଟି ହାଇୱା ଜବତ କରିବା ସହିତ ୧୪ ଜଣଙ୍କୁ ଅଟକ ରଖାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୈତରଣୀ ନଦୀ କୂଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଘାଟ ସୃଷ୍ଟି କରି ଦିନ ରାତି ବ୍ୟାପକ ଭାବେ ବାଲି ଲୁଟ କରାଯାଉଛି । ବାଲି ମାଫିଆମାନେ ନଦୀ ଗର୍ଭକୁ ଖୋଳି ପ୍ରତିଦିନ ଶତାଧିକ ଟ୍ରିପ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଛି ।ଏହାଫଳରେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଥିବାବେଳେ ବାଲି ମାଫିଆମାନେ ମାଲେମାଲ ହେଉଛନ୍ତି। ତେବେ ସ୍ପେଶାଲ ସ୍କ୍ୱାର୍ଡର ଏହି ଚଢ଼ାଉ ପରେ ବାଲି ମାଫିଆମାନଙ୍କ ମଧ୍ୟରେ ଛନକା ପଶିଥିବାବେଳେ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏଭଳି ଚଢ଼ାଉ ଆହୁରି ଜୋରଦାର କରାଯିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି । ବର୍ତ୍ତମାନ ଘଟଣାକୁ ନେଇ ଘସିପୁରା, ନନ୍ଦିପଦା ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।






