ଏ.କେ. ବ୍ୟୁରୋ: ରାୟଗଡ଼ା ସହରରେ ଯୁବକଙ୍କୁ ଅପହରଣ ପରେ ଯୁବକଙ୍କୁ ହତ୍ୟା ଘଟଣା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ ସ୍ଥାନୀୟ ଲୋକେ। ଥାନା ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ। ରାୟଗଡ଼ା ସହରରେ ଯୁବକଙ୍କୁ ଅପହରଣ ପରେ ଯୁବକଙ୍କୁ ହତ୍ୟା ଘଟଣା।

ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ ସ୍ଥାନୀୟ ଲୋକେ। ଥାନା ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ। ଘଟଣା ପରେ ଥାନା ପରିସରରେ ବ୍ୟାପକ ପୁଲିସ ସହ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ ହୋଇଛନ୍ତି। ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଚଳାଇଛି ପୁଲିସ। ଶନିବାର ରାତିରେ ଇନ୍ଦିରା ନଗରରେ କିଛି ଦୁର୍ବୃତ୍ତ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡ଼ିରେ ନିଖିଲଙ୍କୁ ପିଛା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ନିଖିଳ ଦୌଡ଼ି ପଳାଇବା ସମୟରେ ଫାୟାରିଂ ହୋଇଥିଲା। ନିଖିଳ ଭୟରେ ଜଣଙ୍କ ଘର ଭିତରକୁ ପଶିଯିବାକୁ ଉଦ୍ୟମ ବେଳେ ତାଙ୍କୁ ଅପହରଣ କରି ରିଂ ରୋଡ୍ ପଟେ ଚାଲିଥିଲେ ଦୁବୃର୍ତ୍ତ। ତେବେ ସକାଳେ କଣ୍ଡା ତୁମ୍ବିଗୁଡା ଅଞ୍ଚଳ ଝଞ୍ଜାବତୀ ନଦୀ କୂଳରୁ ମିଳିଛି ନିଖିଲଙ୍କ ମୃତଦେହ। ଘଟଣାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ଧରିବା ପାଇଁ ପୁଲିସ ପକ୍ଷରୁ ୪ଟି ଟିମ ଗଠନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ରାୟଗଡ଼ା ଏସପି ସୂଚନା ଦେଇଛନ୍ତି।






