ଏ.କେ. ବ୍ୟୁରୋ: ଅପରେସନ ସିନ୍ଦୁରର ଏକବର୍ଷ ପୂର୍ତ୍ତ ପାଳନ କଲେ ସମର ଶିକ୍ଷାର୍ଥୀ ବାହିନୀ ଶିକ୍ଷାର୍ଥୀ । ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ ଅପରେସନ ସିନ୍ଦୂରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବରେ ଇଂରାଜୀ ଅଧ୍ୟାପକ ଭାଗ୍ୟବାନ ମହାକୁର ଯୋଗଦେଇ ଗତବର୍ଷ ଏପ୍ରିଲ ୨୨ ରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ମାନଙ୍କର ଅମାନୁଷିକ ହତ୍ୟାକାଣ୍ଡ ଏବଂ ତାର ପରବର୍ତ୍ତୀ ସମୟରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ଉପରେ ଆଲୋକପାତ କରିଥିଲେ। ଖେଳ ଶିକ୍ଷକ ଲମ୍ବୋଦର ପୁରୋହିତ, ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ ଲେଫ୍ଟନାଣ୍ଟ ସଦାନନ୍ଦ ମାହାରଙ୍କ ସହିତ ୩୯ ଜଣ କ୍ୟାଡେଟ୍ ଏଥିରେ ଉପସ୍ଥିତ ଥିଲେ।
ବୌଦ୍ଧରୁ କୃତ୍ତିବାସ ପଲିଆଙ୍କ ରିପୋର୍ଟ ଆପଣଙ୍କ ଖବର






