ଏ.କେ. ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଅଦାଲତ ନିବନ୍ଧକ ତଥା ଭାରପ୍ରାପ୍ତ ପ୍ରାଧିକରଣ ସଚିବ ବିଶ୍ଵକଳ୍ପିତା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକ ଅଦାଲତରେ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ପରିବାର ଅଦାଲତ ଜଜ୍ ରଶ୍ମିତା ଦଳେଇ, ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ,ମହିଳା ଅଦାଲତ ବିଚାରପତି ପ୍ରଜ୍ଞା ପରମିତା ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ନରୋତ୍ତମ ସେଠୀ, ସବ ଜଜ୍ ରାକେଶ କୁମାର ମୁଦୁଲି,ଏସ୍.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ମୁନଶିଫ ସଂକେତ ସାମଲ, ଜେଏମ୍ଏଫ୍ ସି ଅଙ୍କିତ ଦେୱାଙ୍ଗନ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଆପଣଙ୍କ ଖବର






