ଏ.କେ ବ୍ୟୁରୋ : ସିଆଇଡି ପକ୍ଷରୁ ଜାରି ପ୍ରେସ ବିବୃତିରେ ଗିରଫଦାରୀ ମଧ୍ୟମଗ୍ରାମ ପୁଲିସ୍ ଷ୍ଟେସନ ଅଧୀନରେ ଘଟିଥିବା ହତ୍ୟା ଘଟଣା ସହ ଜଡ଼ିତ। ମଧ୍ୟମଗ୍ରାମରେ ହିଁ ରଥଙ୍କୁ ମେ’ ୬ରେ ହତ୍ୟା କରାଯାଇଥିଲା। ତେଣୁ ରଥଙ୍କ ହତ୍ୟା ଘଟଣାରେ ସେମାନଙ୍କୁ ଗିରଫ କରାଯାଇଛି। ବେଙ୍ଗଲ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସିଆଇଡିକୁ ମିଳିଛି ବଡ଼ ସଫଳତା। ହତ୍ୟା ଘଟଣାର ତଦନ୍ତ କରୁଥିବା ଏସ୍ଆଇଟି ଉତ୍ତର ପ୍ରଦେଶ ଓ ବିହାରରୁ ୩ ଜଣ ଶାର୍ପ ଶୁଟରଙ୍କୁ ଗିରଫ କରିଛି। ବିଭିନ୍ନ ସ୍ଥାନରେ ରେଡ ଓ ଟେକ୍ନିକାଲ ସର୍ଭେଲାନ୍ସ ପରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିଆଇଡି ପକ୍ଷରୁ ଜାରି ପ୍ରେସ ବିବୃତିରେ ଗିରଫଦାରୀ ମଧ୍ୟମଗ୍ରାମ ପୁଲିସ୍ ଷ୍ଟେସନ ଅଧୀନରେ ଘଟିଥିବା ହତ୍ୟା ଘଟଣା ସହ ଜଡ଼ିତ। ମଧ୍ୟମଗ୍ରାମରେ ହିଁ ରଥଙ୍କୁ ମେ’ ୬ରେ ହତ୍ୟା କରାଯାଇଥିଲା। ତେଣୁ ରଥଙ୍କ ହତ୍ୟା ଘଟଣାରେ ସେମାନଙ୍କୁ ଗିରଫ କରାଯାଇଛି।

ପୁଲିସ କହିଛି ଯେ ମୟଙ୍କ ରାଜ ମିଶ୍ରା ଓ ଭିକ୍କି ମୟୂରକୁ ବିହାରର ବକ୍ସରରୁ ଗିରଫ କରାଯାଇଛି। ସେହିପରି ରାଜ ସିଂହ ନାମକ ଜଣେ ବ୍ୟକ୍ତିକୁ ଉତ୍ତର ପ୍ରଦେଶର ବଲିଆରୁ ଧରା ଯାଇଛି। ଗୁଇନ୍ଦା ତଥ୍ୟ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତ ପେଶାଦାର ଅପରାଧୀ। ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି। ଏମାନେ ମେ’ ୬ରେ ରଥଙ୍କୁ ବିଚ ରାସ୍ତାରେ ହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଛି। ଏବେ ସନ୍ଦିଗ୍ଧମାନଙ୍କୁ ପୁଲିସ୍ ଅଟକ ରଖି ଜୋରଦାର ଜେରା କରୁଛି। କିନ୍ତୁ ସେମାନଙ୍କ ସମ୍ପୃକ୍ତି ବାସ୍ତବରେ ରଥଙ୍କ ହତ୍ୟା ସହ ରହିଛି କି ନାହିଁ, ସେକଥା ସ୍ପଷ୍ଟ ହୋଇନି।
ଏହାବାଦ ପୁଲିସ୍କୁ ହତ୍ୟାକାରୀଙ୍କ ସମ୍ପର୍କରେ ଆଉ ଗୋଟିଏ ତଥ୍ୟ ମିଳିଛି। ଟୋଲ ପ୍ଲାଜାରେ ହୋଇଥିବା ଗୋଟିଏ ୟୁପିଆଇ ପେମେଣ୍ଟ ଜରିଆରେ ରଥଙ୍କ ହତ୍ୟାକାଣ୍ଡ ସହ ବିହାର ଓ ଉତ୍ତର ପ୍ରଦେଶର ଲିଙ୍କ ଥିବା ପୁଲିସ୍ ଜାଣିବାକୁ ପାଇଛି। ୟୁପିଆଇ ତଥ୍ୟ ମିଳିବା ପରେ ଏବେ ପୁଲିସ ସେହି ଦିଗରେ ତଦନ୍ତକୁ ଆଗକୁ ନେଇଛି। ପୁଲିସ ଆଶଙ୍କା କରିଛି ଯେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଉକ୍ତ ଟୋଲ ବୁଥ ଦେଇ ବିହାର ଓ ଉତ୍ତର ପ୍ରଦେଶକୁ ଚାଲି ଯାଇଛନ୍ତି।






