ଏ.କେ ବ୍ୟୁରୋ : ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ଆଉ ଜଣେ ଗିରଫ। ତଦନ୍ତ ଦାୟିତ୍ବ ନେବାପରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି। ଏହା କ୍ରାଇମବ୍ରାଞ୍ଚର ପ୍ରଥମ ଗିରଫଦାରୀ। ମାମଲାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଗଲାଣି। ଭାଇରାଲ୍ ଭିଡ଼ିଓ ଆଧାରରେ ଅନ୍ୟ ମାନଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ। ପୂର୍ବରୁ ୧୧ ଜଣଙ୍କୁ ଗିରଫ କରି ଝାରପଡ଼ା ଜେଲ୍ ପଠାଇଥିଲା ପୋଲିସ। ଏପଟେ ତୃତୀୟ ଦିନରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ।







