ଏ.କେ ବ୍ୟୁରୋ : ଅନୁଗୋଳରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଅଜା ମୃତ, ନାତୁଣୀ ଗୁରୁତର । ଆଠମଲ୍ଲିକ ପାଇକ ସାହିରେ ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି । ମୃତକଜଣକ ୭୦ ବର୍ଷୀୟ ରତ୍ନାକର ସାହୁ ।

ରତ୍ନାକରଙ୍କ ନାତୁଣୀ ତୁଳସୀ ସାହୁ ଘରେ ଲୁଗା ଶୁଖାଉଥିବା ସମୟରେ ହଠାତ୍ ସର୍ଭିସ ତାର ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ୍ ଆଘାତରେ ଅଜା ମୃତ, ନାତୁଣୀ ଗୁରୁତର । ଆଠମଲ୍ଲିକ ପାଇକ ସାହିରେ ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ନାତୁଣୀ ଗୁରୁତର ହୋଇଛନ୍ତି । ମୃତକଜଣକ ୭୦ ବର୍ଷୀୟ ରତ୍ନାକର ସାହୁ । ରତ୍ନାକରଙ୍କ ନାତୁଣୀ ତୁଳସୀ ସାହୁ ଘରେ ଲୁଗା ଶୁଖାଉଥିବା ସମୟରେ ହଠାତ୍ ସର୍ଭିସ ତାର ସଂସ୍ପର୍ଶରେ ଆସିଯାଇଥିଲେ । ନାତୁଣୀକୁ ବିଦ୍ୟୁତ୍ ଝଟକା ଲାଗୁଥିବା ଦେଖି ଅଜା ରତ୍ନାକର ତାଙ୍କୁ ବଞ୍ଚାଇବା ପାଇଁ ଭିଡ଼ି ଆଣିବାକୁ ଚେଷ୍ଟା କରିଥିଲେ । ଫଳରେ ସେ ନିଜେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ପରିବାର ଲୋକେ ଉଭୟଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କରିଥିବା ବେଳେ, ନାତୁଣୀ ତୁଳସୀଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।






