ଏ.କେ ବ୍ୟୁରୋ : ବିଜେଡି ଦଳ ଛାଡ଼ିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ । ବ୍ୟକ୍ତିଗତ କାରଣ ଯୋଗୁଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । କିଶୋର ଏନେଇ ତାଙ୍କ ଇସ୍ତଫାପତ୍ର ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି ।

କିଶୋର ସାହୁ ୨୦୧୭ରେ ଭାଟସାହି ପଂଚାୟତର ସରପଞ୍ଚ ଥିଲେ। ୨୦୨୧ରେ ନିକଟସ୍ଥ ଚଣ୍ଡୀବସ୍ତ ପଂଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଚେୟାରମ୍ୟାନ ପଦବୀ ହାତେଇଥିଲେ । ତାଙ୍କ ସ୍ତ୍ରୀ ଏବେ ଭାଟସାହି ସରପଞ୍ଚ ଅଛନ୍ତି । କେନ୍ଦୁଝର ଓ ତାଳଚେର ଅଂଚଳରେ ତାଙ୍କର ଆଇରନ କୋର ଟ୍ରାନ୍ସପୋର୍ଟ ବ୍ୟବସାୟ ଅଛି ।






