ଏ.କେ ବ୍ୟୁରୋ : ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଗତ ୨ ତାରିଖରେ ଇସକନ ପକ୍ଷରୁ ଏହି ରଥଯାତ୍ରାର କରାଯାଇଥିଲା। ସବୁ ନୀତି ନିୟମକୁ ବେଖାତିର କରି ଏହି ରଥଯାତ୍ରା ଅନୁଷ୍ଠିତ ହୋଇଛି। ରଥ ନିର୍ମାଣର ସବୁ ନିୟମକୁ ମଧ୍ୟ ବେଖାତିର କରିଛନ୍ତି ଇକରନ କର୍ତ୍ତୃପକ୍ଷ। ରଥ ଉପରେ ଘୋଡ଼ାଯାଇଥିବା କପଡ଼ାର ରଂଗ ମଧ୍ୟ ଅନ୍ୟ ରଂଗର ରହିଛି

। ଦେଶରେ ମାନୁଛନ୍ତି, ହେଲେ ବିଦେଶରେ ବେଖାତିର୍ କରୁଛନ୍ତି ଇସକନ କର୍ତ୍ତୃପକ୍ଷ। ନିକଟରେ ଇସ୍କନ ପକ୍ଷରୁ କିଛି ଦେଶରେ ଅଦିନିଆ ସ୍ନାନ ଓ ରଥଯାତ୍ରା ଆୟୋଜନ କରାଯାଇଥିଲା। ନିର୍ଦ୍ଦିଷ୍ଟ ତିଥିରେ ଏହାକୁ ପାଳୁନଥିବାରୁ ଇସ୍କନକୁ ବାରମ୍ବାର ଚେତାବନୀ ଦେଇଛନ୍ତି ପୁରୀ ଗଜପତି ମହାରାଜା । ଏହାକୁ ନେଇ ଆଇନର ଆଶ୍ରୟ ନେବାକୁ ଚେତାଇଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ। ଏ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ଗଜପତି ମହାରାଜ କହିଥିଲେ। ୨୦୨୬ ମସିହାରେ ବିଶ୍ବର କୋଣ ଅନୁକୋଣରେ ୮୦ଟି ସ୍ଥାନରେ ରଥଯାତ୍ରା ଓ ୧୦ଟି ସ୍ଥାନରେ ସ୍ନାନଯାତ୍ରାର ଆୟୋଜନ ପାଇଁ ତାରିଖ ସ୍ଥିର କରିଛି ଇସ୍କନ। ଆମେରିକାର ଫ୍ଲୋରିଡ଼ା, ଟେକ୍ସାସ ସହ ଲଣ୍ଡନ, ଅଷ୍ଟ୍ରେଲିଆ, ବ୍ରିସବେନ୍, ଆମେରିକା ଓ କାନାଡ଼ା ଆଦି ଦେଶରେ ରଥଯାତ୍ରା ଆୟୋଜନ କରିବ ଇସ୍କନ। ଚଳିତ ବର୍ଷ ଜୁନ୍ ୨୯ରେ ସ୍ନାନ ଓ ଜୁଲାଇ ୧୬ରେ ପଡୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା।






