ଏ.କେ ବ୍ୟୁରୋ : ଡାକ୍ତରଖାନାରେ ରୋଗୀଙ୍କୁ ପୂଜାର୍ଚ୍ଚନା । ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନାକୁ ଆସିଥିବା ଯୁବତୀଙ୍କୁ ପୂଜାର୍ଚ୍ଚନା । ଅନ୍ୟରୋଗୀ ମଧ୍ୟ ପୂଜାର୍ଚ୍ଚନା କଲେ। କେନ୍ଦ୍ରାପଡ଼ା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଭଦ୍ରକ ମତୋ ଅଞ୍ଚଳର ୬ ଜଣ ଯୁବକ , ଯୁବତୀ ପେଣ୍ଠ ବୁଲି ଆସିଥିଲେ । ସେଠାରେ ଏକ ଦୁର୍ଘଟଣା ପରେ ଯୁବତୀଙ୍କୁ ଆଣିଥିଲେ ମେଡିକାଲ । ଚିକିତ୍ସା ବଦଳରେ ମଙ୍ଗଳା ଲାଗିଛି କହି ଯୁବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଯୁବତୀଙ୍କୁ ତାଙ୍କ ବନ୍ଧୁମାନେ ମେଡିକାଲ ଆଣିଥିଲେ । ମେଡିକାଲ ପରିସରରେ ଯୁବତୀ ଜଣଙ୍କ ତାଙ୍କୁ ମା ମଙ୍ଗଳା ଲାଗିଛନ୍ତି କହିବା ପରେ ତାଙ୍କୁ ଚିକିତ୍ସା ବଦଳରେ ପୂଜାଚର୍ନା କରାଯାଇଥିଲା । ଦୀପ , ଧୂପ ଦେଇ ଲୋକେ ପୂଜାଚର୍ନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମେଡିକାଲ ଆସିଥିବା ଅନ୍ୟ ରୋଗୀମାନେ ଡାକ୍ତରଙ୍କୁ ଦେଖାଇବା ବଦଳରେ ଯୁବତୀଙ୍କୁ ପୂଜାଚର୍ନା କରିଥିଲେ ।






