ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ମନ୍ତ୍ରୀ । ଏ ନେଇ ବିଭିନ୍ନ ବିଭାଗ ଗୁଡିକ ରିପୋର୍ଟ ପ୍ରସ୍ତୁତ କରିବା ଆରମ୍ଭ କରୁଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ବିଭାଗର ଦୁଇ ବର୍ଷର ଉପଲବ୍ଧିକୁ ନେଇ ପ୍ରସ୍ତୁତ କରିଛନ୍ତି ରିପୋର୍ଟ କାର୍ଡ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ୱ ମନ୍ତ୍ରୀ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିବେ । ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ କାର୍ଯ୍ୟକ୍ରମ ନେଇ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ପ୍ରଭାତୀ ପରିଡ଼ା,ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟ ମନ୍ତ୍ରୀ ମାନେ ଭିସି ଜରିଆରେ ଯୋଡ଼ି ହୋଇଛନ୍ତି । ଜୁନ ୧୨ରେ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂରଣ ହେଉଛି । ସେନେଇ ରାଜ୍ୟ ସରକାର କଣ କାର୍ଯ୍ୟକ୍ରମ ହାତକୁ ନେବେ ଏବିଷୟରେ ବୈଠକରେ ଆଲୋଚନା ହୋଇଛି ।






