ସାଧାରଣତଃ ଆମ ଘରେ ଜାଗାର ଅଭାବ ଥିଲେ ଆମେ ଅନେକ ସମୟରେ ଆଲମାରୀ ଉପରେ ଜିନିଷ ପତ୍ର ରଖି ଦେଇଥାଉ । କିନ୍ତୁ ଏହା କରିବା ଦ୍ବାରା ନକରାତ୍ମକ ଶକ୍ତିକୁ ଘରକୁ ଆଣିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ବିବେଚନା କରାଯାଏ । ହେଲେ ଆଉ କିଛି ଜିନିଷ ଆଲମାରୀ ଉପରେ ରଖିବା ଦ୍ବାରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଜିରୋ କରି ଦେଇପାରେ । ଘରେ ସୁଖ- ସମୃଦ୍ଧି ବୃଦ୍ଧି କରିବାକୁ ଚାହୁଁଥିଲେ ଏହି ୪ଟି ଜିନିଷ ଆଲମାରୀ ଉପରେ ଆଦୌ ରଖନ୍ତୁ ନାହିଁ । ତେବେ ଆସନ୍ତୁ ସେହି ଜିନିଷଗୁଡିକ ଏବଂ କେଉଁ ସବୁ ପ୍ରଭାବ ପକାଏ ସେ ସମ୍ପର୍କରେ ଜାଣିବା ।
ମାନସିକ ଅଶାନ୍ତି :
ଆଲମାରୀ ଉପରେ କୌଣସି ଭାରୀ ଜିନିଷ ରଖନ୍ତୁ ନାହିଁ । ନଚେତ୍ ଏହା ଆପଣଙ୍କ ମାନସିକ ଚାପ ବଢାଇପାରେ । ବାସ୍ତୁ ଅନୁସାରେ ଆଲମାରୀ ଉପରେ ଭାରୀ ଜିନିଷ ରଖିବା ଦ୍ବାରା ମୁଣ୍ଡବିନ୍ଧା, ଅଯଥା ଭୟ ଏବଂ ପରିବାରର ମୁଖ୍ୟଙ୍କ ଉପରେ ମାନସିକ ଅଶାନ୍ତି ପଡୁଥିବା ଭଳି ସମସ୍ୟା ଦେଖାଦେଇଥାଏ । ଏଥିସହ କ୍ୟାରିଅର ସମ୍ବନ୍ଧୀୟ ନିଷ୍ପତ୍ତି ନେବାରେ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ ବୋଲି କୁହାଯାଉଛି ।
ରାହୁ-କେତୁଙ୍କ ନକରାତ୍ମକ ପ୍ରଭାବ :
ଆଲମାରୀରେ ବସି ଯାଇଥିବା ଧୂଳି, ମାଟିଆ ଜାଲ ଏବଂ ଖାଲି ବାକ୍ସ ରାହୁ ଏବଂ କେତୁଙ୍କ ନକାରାତ୍ମକ ଶକ୍ତିକୁ ସକ୍ରିୟ କରିଥାଏ । ଫଳରେ ଘରେ ଅସୁବିଧା ଦେଖାଦିଏ ଏବଂ ପିଲାମାନଙ୍କର ପାଠପଢ଼ାରେ ଆଗ୍ରହ କମିଯାଏ ।
ଦକ୍ଷିଣ-ପଶ୍ଚିମ :
ଯଦି ଆଲମାରୀ ଏହି ଦିଗରେ ରଖନ୍ତି ତେବେ ଏହା ଉପରେ ଭାରୀ ଜିନିଷ ରଖିପାରିବେ । କିନ୍ତୁ ସଫା ସୁତୁରା କରି ରଖିବା ଉଚିତ୍ ।

ଉତ୍ତର-ପୂର୍ବ :
ଏହାକୁ କୁବେରଙ୍କ ଦିଗ ବୋଲି କୁହାଯାଏ । ଯଦି ଏହି ଦିଗରେ ଆଲମାରୀ ରଖିଛନ୍ତି ତେବେ ଅଧିକ ଟଙ୍କା ପ୍ରାପ୍ତି ପାଇଁ ଏହା ଉପରେ କିଛି ହେଲେ ରଖନ୍ତୁ ନାହିଁ ।
ଏହି ଜିନିଷ ରଖନ୍ତୁ ନାହିଁ :
ପୁରୁଣା ଖବରକାଗଜ : ଆଲମାରୀ ଉପରେ ପୁରୁଣା ଖବରକାଗଜ ଆଦୌ ରଖନ୍ତୁ ନାହିଁ । ନଚେତ୍ କୌଣସି ସଠିକ୍ ବିଚାର ନେଇପାରିବେ ନାହିଁ । ନୂଆ ନିଯୁକ୍ତି ଆସିବାକୁ ମଧ୍ୟ ଏହା ରୋକିଥାଏ ।
ଖରାପ ଇଲେକ୍ଟ୍ରି ଜିନିଷ : ଖରାପ ଘଣ୍ଟା, ପୁରୁଣା ଚାର୍ଜର ଭଳି କିଛି ଜିନିଷ ରଖନ୍ତୁ ନାହିଁ । ଫଳରେ ଶନି ପ୍ରକୋପ ପଡିଥାଏ । ଯାହା କ୍ୟାରିଅରର ଉନ୍ନତିରେ ବାଧା ଆଣିଥାଏ । ଭଙ୍ଗା ଇଲେକ୍ଟ୍ରୋନିକ୍ସ ଜିନିଷଗୁଡ଼ିକୁ ଦୀର୍ଘ ସମୟ ପାଇଁ ଆଲମାରୀ ଉପରେ ରଖିବା ଦ୍ୱାରା ଆୟ ଉପରେ ପ୍ରଭାବ ପକାଇଥାଏ ।
ପୁରୁଣା ଜୋତା : ଆଲମାରୀ ଉପରେ ଜୋତା ରଖିବା ହେଉଛି ସିଧାସଳଖ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିବା । ଯାହା ଆପଣଙ୍କ ଆର୍ଥିକ ଅବସ୍ଥାକୁ ଦୁର୍ବଳ କରିଦିଏ ।
ଭଙ୍ଗା କାଚ : ଏହା ସମ୍ପର୍କରେ ଦ୍ୱନ୍ଦ୍ୱ ସୃଷ୍ଟି କରେ । ଯାହା ଘରର ସକରାତ୍ମକ ଶକ୍ତିକୁ ନଷ୍ଟ କରି ଟଙ୍କା ରୋଗ କିମ୍ବା ଅନାବଶ୍ୟକ କାମରେ ଖର୍ଚ୍ଚ ହୋଇଯାଏ ।
ସପ୍ତାହରେ ଥରେ ଓଦା କପଡାରେ ଆଲମାରୀକୁ ଭଲ ଭାବରେ ପୋଛି ଦିଅନ୍ତୁ । ଖାଲି ସ୍ଥାନରେ ଏକ ମୟୂର ପର କିମ୍ବା ସୁଗନ୍ଧିତ ଜିନିଷ ରଖନ୍ତୁ ଯାହା ଘରେ ଖୁସି ଏବଂ ସକାରାତ୍ମକ ଶକ୍ତି ଆଣିବ ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






