ଏ.କେ ବ୍ୟୁରୋ : ଫଳ ମାନଙ୍କ ମଧ୍ୟରେ ରାଜା ଆମ୍ବ, ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ସେତିକି ସ୍ବାଦିଷ୍ଟ। ସାଧାରଣତଃ ଲୋକେ ଆମ୍ବରୁ ଆମ୍ବୁଲ କିମ୍ବା ଆଚାର ପ୍ରସ୍ତୁତ କରିଥାନ୍ତି, କିନ୍ତୁ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଞ୍ଚଳରେ ରହୁଥିବା ଡଙ୍ଗରିଆ ସମ୍ପ୍ରଦାୟର ପ୍ରସ୍ତୁତି କିଛି ଅଲଗା। ପାଚିଲା ଆମ୍ବରୁ ଆମ୍ବଶଢା ବନାଯାଉଥିବା ବେଳେ ଅଧା ପାଚିଲା ଆମ୍ବରୁ ପ୍ରସ୍ତୁତ ହେଉଛି ‘ଚମ୍ପେଇତ’।

ନିୟମଗିରି ପାହାଡ଼ରେ ବସବାସ କରୁଥିବା କନ୍ଧମାନଙ୍କ ଜୀବନଶୈଳୀ ସବୁବେଳେ ନିଆରା। ଏବେ ଏହି ଅଞ୍ଚଳର ଡଙ୍ଗରିଆ ମାନେ ନିଜ ହାତତିଆରି ଏକ ସ୍ୱତନ୍ତ୍ର ସାମଗ୍ରୀ ‘ଚମ୍ପେଇତ’ ଜରିଆରେ ସ୍ୱାବଲମ୍ବୀ ହେବାକୁ ପ୍ରୟାସ କରୁଛନ୍ତି। ପାହାଡ଼ରୁ ଆମ୍ବ ସଂଗ୍ରହ କରି ସେଥିରୁ ଚମ୍ପେଇତ ପ୍ରସ୍ତୁତ କରି ଏବେ ବେଶ୍ ଭଲ ରୋଜଗାର କରିପାରୁଛନ୍ତି ଶହ ଶହ ଆଦିବାସୀ ପରିବାର। ଫଳ ମାନଙ୍କ ମଧ୍ୟରେ ରାଜା ଆମ୍ବ, ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ସେତିକି ସ୍ବାଦିଷ୍ଟ। ସାଧାରଣତଃ ଲୋକେ ଆମ୍ବରୁ ଆମ୍ବୁଲ କିମ୍ବା ଆଚାର ପ୍ରସ୍ତୁତ କରିଥାନ୍ତି, କିନ୍ତୁ ରାୟଗଡ଼ା ଜିଲ୍ଲାର ନିୟମଗିରି ଅଞ୍ଚଳରେ ରହୁଥିବା ଡଙ୍ଗରିଆ ସମ୍ପ୍ରଦାୟର ପ୍ରସ୍ତୁତି କିଛି ଅଲଗା। ପାଚିଲା ଆମ୍ବରୁ ଆମ୍ବଶଢା ବନାଯାଉଥିବା ବେଳେ ଅଧା ପାଚିଲା ଆମ୍ବରୁ ପ୍ରସ୍ତୁତ ହେଉଛି ‘ଚମ୍ପେଇତ’।

‘ଚମ୍ପେଇତ’ର ପ୍ରସ୍ତୁତି
-ପ୍ରଥମେ ଡଙ୍ଗରିଆମାନେ ପାହାଡ଼ରୁ ଅଧା ପାଚିଲା ଆମ୍ବ ସଂଗ୍ରହ କରନ୍ତି
-ଆମ୍ବର ଚୋପା ଛଡ଼ାଇ, ରସକୁ କଢ଼ାଯିବା ପରେ ଖରାରେ ଶୁଖାଯାଏ
-ଏହି ଶୁଖିଲା ଆମ୍ବ ଛିଲିକାକୁ ହିଁ ‘ଚମ୍ପେଇତ’ ବୋଲି କୁହାଯାଏ
-ଜଙ୍ଗଲରୁ ଆମ୍ବ ସଂଗ୍ରହ କରିବା ପରେ ଆଦିବାସୀ ପରିବାରର ସଦସ୍ୟ ଏହାକୁ ପ୍ରସ୍ତୁତ କରିଥାନ୍ତି
ନିୟମଗିରିର ଏହି ଶୁଦ୍ଧ ଓ ପ୍ରାକୃତିକ ଚମ୍ପେଇତର ବଜାରରେ ପ୍ରବଳ ଚାହିଦା। ସ୍ଥାନୀୟ ଅଞ୍ଚଳ ସମେତ ପଡ଼ୋଶୀ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ବ୍ୟବସାୟୀମାନେ ଏଠାକୁ ଆସି ଚମ୍ପେଇତ କିଣି ନେଇଥାନ୍ତି। ବର୍ତ୍ତମାନ ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ୫୦ରୁ ୬୦ ଟଙ୍କା ରହିଛି। ହେଲେ ଏତେ ପରିଶ୍ରମ ସତ୍ତ୍ୱେ ଉପଯୁକ୍ତ ମୂଲ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି କିଛି ସ୍ଥାନୀୟ ଯୁବକ। ଜଙ୍ଗଲୀ ଜନ୍ତୁଙ୍କ ଭୟ, ଦିନରେ ଭୀଷଣ ଗର ଏବଂ ରାତି ଅନିଦ୍ରା ହୋଇ କାମ କରୁଥିଲେ ମଧ୍ୟ ସରକାରୀ ସ୍ତରରେ ବଜାର ସୁବିଧା ନଥିବା






