ଏ.କେ ବ୍ୟୁରୋ : ଭାରତ-ଆଫଗାନିସ୍ତାନ ମଧ୍ୟରେ ମୁଲ୍ଲାନପୁରରେ ଖେଳାଯାଇଥିବା ଟେଷ୍ଟକୁ ୩ ଦିନରେ ଜିତି ଶେଷ କରିଛି ଭାରତ । ଏହି ଟେଷ୍ଟ ମ୍ୟାଚକୁ ଭାରତ ଇନିଂସ ସହ ୩୦୦ ରନରେ ଜିତିଛି । ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ । କିନ୍ତୁ ଏହି ବିଜୟ ପରେ ଟିମ୍ ଇଣ୍ଡିଆରୁ ଯଶସ୍ବୀ ଜୟସୱାଲ ସହିତ ରିଷଭ ପନ୍ତ ସମେତ ୭ ଜଣ ଖେଳାଳି ଟିମରୁ ବାଦ୍ ପଡିଛନ୍ତି । ବିସିସିଆଇ ଏଭଳି ନିଷ୍ପତ୍ତି ଦିନିକିଆ ପାଇଁ ନେଇଛି ।
ଟେଷ୍ଟ ସିରିଜ ପରେ ଭାରତ ଆଫଗାନିସ୍ତାନ ସହିତ ଦିନିକିଆ ସିରିଜ ଖେଳିବ । ଏଥିପାଇଁ ବିସିସିଆଇ ଟେଷ୍ଟ ଏବଂ ଦିନିକିଆ ସ୍କ୍ବାଡ ଘୋଷଣା କରିସାରିଛି । ଟେଷ୍ଟରେ କିଛି ଖେଳାଳିଙ୍କୁ ସୁଯୋଗ ମିଳିଥିବା ବେଳେ ସେମାନଙ୍କୁ ଦିନିକିଆରେ ସୁଯୋଗ ମିଳିଛି । ରିଷଭ ପନ୍ତ, ଯଶସ୍ବୀ ଜୟସୱାଲ, ମହମ୍ମଦ ସିରାଜ, ମାନବ ସୁଥାର, ସାଇ ସୁଦର୍ଶନ ଏବଂ ଦେବଦତ୍ତ ପାଡିକ୍କିଲ ଟେଷ୍ଟ ସ୍କ୍ବାଡରେ ରହିଥିବା ବେଳେ ଦିନିକିଆ ସ୍କ୍ବାଡରେ ନାହାନ୍ତି ।
ଆଫାଗାନିସ୍ତାନ ଜୁନ ୬ରୁ ଭାରତ ଟୁରରେ ରହିଛି । ଟେଷ୍ଟ ମ୍ୟାଚ୍ ସରିବା ପରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୧୩ ଜୁନରୁ ଆରମ୍ଭ ହେବ । ୧୩ ଜୁନ୍ ଧର୍ମଶାଳାରେ ପ୍ରଥମ ଦିନିକିଆ ଖେଳିବ । ଏହାପରେ ଦୁଇଟି ଯାକ ଟିମ୍ ଲକ୍ଷ୍ନୌରେ ଦ୍ବିତୀୟ ଦିନିକିଆ ଖେଳିବ । ସିରିଜର ଶେଷ ମ୍ୟାଚ ଚେନ୍ନାଇରେ ୨୦ ଜୁନରେ ଖେଳାଯିବ ।
ଦିନିକିଆ ସିରିଜ ପାଇଁ ସ୍କ୍ବାଡ : ଶୁବମନ ଗିଲ୍ (ଅଧିନାୟକ), ବିରାଟ କୋହଲି, ରୋହିତ ଶର୍ମା, ଶ୍ରେୟସ ଆୟର(ଉପ ଅଧିନାୟକ), କେଏଲ ରାହୁଲ (ୱିକେଟ କିପର), ଈଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ କୁମାର ରେଡ୍ଡୀ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରନୁର ବ୍ରାର୍, ହର୍ଷ ଦୁବେ ।






