ଏ.କେ ବ୍ୟୁରୋ : ରାସ୍ତା ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଗଣ୍ତଗୋଳ ଏବଂ ଠେଲା ପେଲାରେ ହେଲା ରାସ୍ତା ଶିଳାନ୍ୟାସ ।
ରାସ୍ତା ଶିଳାନ୍ୟାସ କାର୍ଯ୍ଯକ୍ରମ ରେ ସ୍ଥାନୀୟ ସରପଞ୍ଚ ଏବଂ ଅନ୍ଯ ପିଆରଆଇ ମେମ୍ବର ମାନଙ୍କୁ କୌଣସି ସୂଚନା ଦିଆ ଯାଇ ନଥିବାରୁ ରାସ୍ତା ଉପରେ ସାଂସଦଙ୍କୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସରପଞ୍ଚ ଏବଂ ସମର୍ଥକ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ପଞ୍ଚାୟତର କେନ୍ଦୁପଦାଛକ ଠାରୁ ପଶ୍ଚିମବଙ୍ଗ ବୋର୍ଡର ପର୍ଯ୍ୟନ୍ତ ୨.୪ କିଲୋମିଟର ନୂଆ ରାସ୍ତାର ଶିଳାନ୍ଯାସ ପାଇଁ ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ଭୋଗରାଇ ବିଧାୟକ ଗୈତମବୁଦ୍ଧ ଦାସ ଆସିଥିଲେ । ନୂତନ ରାସ୍ତା ପାଇଁ ସରକାରଙ୍କ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର ହେଇଥିଲା ।
ଶିଳାନ୍ଯାସ କାର୍ଯ୍ଯକ୍ରମ ବାବଦରେ କୌଣସି ସୂଚନା ଦିଆଯାଇ ନଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାଲିମ ପଞ୍ଚାୟତ ସରପଞ୍ଚ ଦୀପକ କୁମାର ଜେନା ଓ ଅନ୍ୟ ପିଆରଆଇ ମେମ୍ବର। ଏହି ଅଭିଯୋଗରେ ରାସ୍ତା ଉପରେ ବସି ସାଂସଦଙ୍କୁ ଅଟକ ରଖି ପ୍ରଶ୍ନ ପଚାରି ଥିଲେ। ପ୍ରତିବାଦ ସମୟରେ ଠେଲାପେଲା ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇ ଥିଲା । ଏହାରି ମଧ୍ୟରେ ରାସ୍ତାର ଶିଳାନ୍ୟାସ କରିଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ଗୈତମବୁଦ୍ଧ ଦାସ। ସେପଟେ ସାଂସଦ କହିଛନ୍ତି ଶିଳାନ୍ୟାସ ସମୟରେ କୌଣସି ଗଣ୍ତଗୋଳ କିମ୍ବା ଅପ୍ରିତିକର ପରିସ୍ଥିତି ଉପୁଜି ନଥିଲା ।






