ଏ.କେ ବ୍ୟୁରୋ : 1 – ଗରମ ଏବଂ ଗୁଳୁଗୁଳିରୁ ତ୍ରାହି ମିଳିବ। ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
2- ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଆଜି ଖୋଲୁଛି।
3- ରାଜ୍ୟ ସରକାର ୭୬ ହଜାର ୬୧୨ କୋଟି ଟଙ୍କାର ୨୦ଟି ବୃହତ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।
4- ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ସିଙ୍ଗାପୁରର ହାଇକମିଶନର ସାଇମନ୍ ୱଙ୍ଗ ଲୋକସେବା ଭବନରେ ଭେଟିଛନ୍ତି।
5- ବିନା ପ୍ରେସ୍କ୍ରିପ୍ସନ୍ରେ କିଣିପାରିବେନି କଫ୍ ସିରପ୍ , ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ।
6- ସୁବର୍ଣ୍ଣପୁରରେ ୨୦ ତାରିଖ ଯାଏ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଛୁଟି ରଖି ନିଷ୍ପତ୍ତି ନିଆଯାଇଛି।
7- ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ୨୨ ତାରିଖ ଯାଏଁ ବରଗଡରେ ସ୍କୁଲ ଛୁଟି।
8- ସ୍କୁଲ ବହିରେ ହୋଇଥିବା ପ୍ରିଣ୍ଟିଂ ତ୍ରୁଟିକୁ ନେଇ ମନ୍ତ୍ରୀ ଗଣ୍ଡ ସମୟ ଅଭାବରୁ ଏହା ହୋଇଥିବା ସ୍ୱୀକାର କରିଛନ୍ତି। କାମ ନେଇଥିବା ସଂସ୍ଥା ଉପରେ ସନ୍ଦେହ।
9- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ଜୁନ୍ ୨୮ ତାରିଖରେ ହେବ। ୯୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ।
10- କେନ୍ଦ୍ରାପଡା ତିଖିରିର ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ପୋଲିସର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।
11- ଭୁବନେଶ୍ୱରର ୟୁନିଟ୍ ୧ ହାଟରେ ଅଗ୍ନିକାଣ୍ଡ ରୋକିବା ପାଇଁ ବଜାର ଅଞ୍ଚଳରେ ୱାଟର ସ୍ପ୍ରିଙ୍କଲର ସିଷ୍ଟମ ନିର୍ମାଣ କରାଯିବ।
12- ଗଞ୍ଜାମରେ ଟାଟା ପାୱାର ରିନିଉଏବଲ୍ ଏନର୍ଜି ପକ୍ଷରୁ ୧୦ ହଜାର କୋଟିରେ ସୋଲାର ପିଭି ସେଲ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ।
13- ଖୋର୍ଦ୍ଧାରେ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ ବା କୃତ୍ରିମ ହୀରା କାରଖାନା ପାଇଁ ତିନୋଟି କମ୍ପାନୀକୁ ମଞ୍ଜୁରୀ ମିଳିଛି। ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ।
14- ଯାଜପୁର ସହର ପାଖରେ ଜୁପିଟର ୱାଗନ୍ସ ଲିମିଟେଡ୍ ପକ୍ଷରୁ ପନ୍ଦର ଶହ କୋଟି ଟଙ୍କାରେ ରେଳ କୋଚ୍ ନିର୍ମାଣ କାରଖାନା ପ୍ରତିଷ୍ଠା କରାଯିବ।
15- ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ 7580 କୋଟିରେ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବ।
16- ମାଲକାନଗିରିରେ ରାଜପୁଷ୍ପା ରେନୋଭା କମ୍ପାନୀ ପକ୍ଷରୁ 5000 କୋଟିର ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ।
17- ଝାରସୁଗୁଡ଼ାରେ କେୟୁ ଉର୍ଜା ପ୍ରାଇଭେଟ୍ ଲିମିଟେଡ୍ 2400 କୋଟି ଟଙ୍କାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବ।
18- ସୁନ୍ଦରଗଡ଼ରେ ଓଡ଼ିଶା ଆଲୟ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏକ ଲୁହାପଥର ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବ। ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ମିଳିବ।
19- ଭୁବନେଶ୍ୱରର ଜଣେ ଯନ୍ତ୍ରୀ ଜାଲିଆତି ଅଭିଯୋଗରେ ଗିରଫ। ଉପବାଚସ୍ପତିଙ୍କ ନକଲି ଚିଠି କରି ବଦଳି ପାଇଁ ଆବେଦନ କରିଥିଲେ।
20- ମୋବାଇଲ ଫେରସ୍ତ ପାଇଁ ଲାଞ୍ଚ ନେଲାବେଳେ ମଞ୍ଚେଶ୍ୱର ଥାନା ASI ଓ ହୋମ୍ ଗାର୍ଡ ଗିରଫ।
21- ଭୁବନେଶ୍ୱରରେ ରେଳବାଇ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ।
22- ରାଉରକେଲା ସହରରେ ଏକ ସୁନା ଦୋକାନରୁ ଲୁଟ୍ ଅଭିଯୋଗରେ ପୋଲିସ ଚାରି ଜଣ ଲୁଟେରାଙ୍କୁ ଗିରଫ କରିଛି।
23- ଅନୁଗୁଳ ନିକଟରେ ବଡ଼ ଗାଡ଼ି ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ। ପାଞ୍ଚଟି ମୋଟରସାଇକେଲ୍ ସହ ଦୁଇ ଜଣ
ଗିରଫ।
25- ଭଦ୍ରକରେ ଜାଲ ନୋଟ୍ ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି। ତାଙ୍କ ନିକଟରୁ ଅନେକ ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍ ମିଳିଛି।
26- ପ୍ରଥମ ଚାକିରିଆଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, PM-VBRY ଅଧୀନରେ ଆକାଉଣ୍ଟକୁ ଆସିବ ୧୫୦୦୦।
27- ଶେୟାର ବଜାରରେ ୫ ଟ୍ରିଲିୟନ ଡଲାର ପାର କଲା ମାର୍କେଟ୍ କ୍ୟାପ୍।
28- ମେଟା କମ୍ପାନୀ ନିଜର ଏଆଇ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରହ କରିବ। ଏଥିପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ମାସିକ ସବସ୍କ୍ରିପସନ ବ୍ୟବସ୍ଥା ଲାଗୁ ହୋଇପାରେ।
29- ଆମେରିକା ସରକାର ଆନ୍ଥ୍ରୋପିକ୍ ଫେବୁଲ୍ ୫ ଏବଂ ମାଇଥୋସ୍ ୫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷ୍ପତ୍ତି ପରେ ବିଭିନ୍ନ 30- 30- ଦେଶରେ ଘରୋଇ କୃତ୍ରିମ ବୁଦ୍ଧିମତା ଭିତ୍ତିଭୂମିର ବିକାଶ ପାଇଁ ଦାବି ବୃଦ୍ଧି ପାଇଛି।
31- ଲକ୍ଷ୍ନୌଠାରେ ଅନୁଷ୍ଠିତ ମ୍ୟାଚରେ ଶୁଭମନ ଗିଲ୍ ଏବଂ ଈଶାନ କିଷାନ ଚମତ୍କାର ଶତକ ହାସଲ କରିଛନ୍ତି। ଭାରତ ଆଫଗାନିସ୍ତାନକୁ ପରାସ୍ତ କରିଛି।
32- ଡାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍ ମ୍ୟାଚରେ ଭାରତୀୟ ଏ ଦଳ ଆଫଗାନିସ୍ତାନକୁ ୧୦୧ ରନ୍ ରେ ହରାଇ ଦେଇଛି।
33- ମହିଳା ଟି ୨୦ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସ୍ମୃତି ମାନ୍ଧନା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଭାରତ ନେଦରଲାଣ୍ଡକୁ ପରାସ୍ତ କରିଛି।
34- ମୁମ୍ବାଇଠାରେ ଆୟୋଜିତ ଫିଟ୍ ଇଣ୍ଡିଆ ସାଇକ୍ଲୋଥନ ପ୍ରତିଯୋଗିତାରେ ଅଭିନେତା ଜ୍ୟାକି ଶ୍ରଫ୍ ଅଂଶଗ୍ରହଣ କରିଛନ୍ତି।
35- କ୍ରିକେଟ୍ ତାରକା ଆକାଶଦୀପ ଖୁବ୍ ଶୀଘ୍ର ଅକ୍ଷିତାରାଜଙ୍କୁ ବିବାହ କରିବାକୁ ଯାଉଛନ୍ତି। ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।
ଗତବର୍ଷ ଏଇ ସମୟରେ
36- ରାଜ୍ୟରେ ବନ୍ୟଜନ୍ତୁ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାର ଥିଲା।
37- ପ୍ରତି ପଞ୍ଚାୟତରେ ଖୋଲିବ ତହସିଲ, ଗାଁକୁ ଯିବେ ରାଜସ୍ବ ଅଧିକାରୀ, ଘୋଷଣା ହୋଇଥିଲା।
38- ଦୁର୍ନୀତିଖୋରଙ୍କୁ ଧରାଇବା ପାଇଁ ଟୋଲ ଫ୍ରି ନମ୍ବର ‘୧୦୬୪’ ଆରମ୍ଭ ହୋଇଥିଲା।
39- କୁମ୍ଭୀର ଆତଙ୍କ ପାଇଁ ନଦୀଘାଟରେ ତାରଜାଲି ଲାଗିବ ବୋଲି ସରକାରଙ୍କ ନିଷ୍ପତ୍ତି ହୋଇଥିଲା।






