କଣ୍ଟାମାଳ: ମନମୁଣ୍ଡାର ବାସୁଦେବପାଳି ରାସ୍ତା କଡରେ ଭୟଙ୍କର ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ଦୂରକୁ ଉଡ଼ିଯାଇ ଓଲଟିଲା ଅର୍ଟିଗା କାର୍, ୨ ଗୁରୁତର
ଗତକାଲି ଅପରାହ୍ନ ପ୍ରାୟ ୫.୩୦ ସମୟରେ ୫୭ ନଂ ଜାତୀୟ ରାଜପଥ ମନମୁଣ୍ଡା ବାସୁଦେବପାଳି ମାଉଳି ମନ୍ଦିର ଓ ଜଗନ୍ନାଥ ମନ୍ଦିର ମଝି ବୁଲାଣି ରାସ୍ତାରେ ଏକ ଦୁର୍ଘଟଣା ଘଟିଯାଇଛି।

ଏକ ଅର୍ଟିଗା କାର୍ (ନମ୍ବର: OD-03-AC-1338) ଦ୍ରୁତ ଗତିରେ ଆସି ବୁଲାଣିରେ ଭାରସାମ୍ୟ ହରାଇ ବସିଥିଲା। ଗାଡ଼ିଟି ରାସ୍ତା ଉପରୁ ପ୍ରାୟ ୧୦୦ ଫୁଟ୍ ଉଡ଼ିଯାଇ ଜଗନ୍ନାଥ ମନ୍ଦିର ପଛପଟେ ଓଲଟି ପଡ଼ିଛି। ଦୁର୍ଘଟଣା ସମୟରେ ଗାଡ଼ିରେ ଦୁଇ ଜଣ ଯାତ୍ରୀ ଥିଲେ।
ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ତୁରନ୍ତ PCR ଗାଡ଼ି ଯୋଗେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି।
କଣ୍ଟାମାଳରୁ ରାଜା ମହାକୁଡଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ ଆପଣଙ୍କ ଖବର






