ଏ.କେ ବ୍ୟୁରୋ : ବୁଗୁଡ଼ା ଥାନା ଖୋଳଖାଳି ଗ୍ରାମ ରେ ତାସ୍ ଖେଳ ବେଳେ ଖଣ୍ଡା ରେ ଆକ୍ରମଣ ଘଟଣା ରେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ଆକ୍ରମଣ ରେ ଖୋଳଖାଳି ଗ୍ରାମ ର ଜିତୁ ବେହେରା (୩୮) ଆହତ ହୋଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ପ୍ରକାରେ ରବିବାବ ଦିନ ଜିତୁ ଚନ୍ଦନ ବେହେରା ଙ୍କ ସହ ପାଙ୍ଗିଡି ଗ୍ରାମ କୁ ଯାଇଥିଲେ ।

ସେଠାରେ ଉଭୟେ ମଦ୍ୟପାନ କଲା ପରେ କୌଣସି କାରଣ ବଶତଃ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ସୋମବାର ଦିନ ଜିତୁ ଖୋଳଖାଳି ଗ୍ରାମର ପୁରୁଣା ସୋସାଇଟି ନିକଟରେ ତାସ୍ ଖେଳୁଥିବା ବେଳେ ଚନ୍ଦନ ଅତର୍କିତ ଭାବେ ଖଣ୍ଡା ରେ ଆକ୍ରମଣ କରିବାରୁ ଜିତୁ ଙ୍କ ନାକ ଛିଣ୍ଡି ଯାଇଥିବା ବେଳେ ମୁହଁ ରେ ଗଭୀର ଆଘାତ ଲାଗିଥିଲା।ତାଙ୍କୁ ପ୍ରଥମେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ପୋଲିସ୍ ଆକ୍ରମଣ ରେ ବ୍ୟବହୃତ ଖଣ୍ଡା ଜବତ କରିବା ସହ ଆକ୍ରମଣ କାରି ଖୋଳଖାଳି ଗ୍ରାମ ର ଚନ୍ଦନ ବେହେରା( ୨୩) କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣା ପଡିଛି ।






