ନୂଆପଡ଼ା ଜିଲ୍ଲା ସିନାପାଲି ଥାନାର ନୂତନ ଥାନାଧିକାରୀ ଭାବେ ଧର୍ମେନ୍ଦ୍ର ଭୋଇ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କୁ ଜୟ ଜଗନ୍ନାଥ ସାମ୍ବାଦିକ ସଂଘ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି । ଏହି ଅବସରରେ ସଂଘର କର୍ମକର୍ତାମାନେ ନୂତନ ଥାନାଧିକାରୀଙ୍କୁ ସ୍ଵାଗତ ଜଣାଇବା ସହ ଅଂଚଳର ବିଭିନ୍ନ ଜନସମସ୍ୟା, ଆଇନ ଶୃଙ୍ଖଳା ପରି ସ୍ଥି ତି ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଓ ଗଠନମୂଳକ ଆଲୋଚନା କରିଥିଲେ ।
ବିଶେଷକରି ସିନାପାଲି ସହରରେ ଦିନକୁ ଦିନ ଦେଖାଦେଉଥିବା ଟ୍ରାଫିକ୍ ସମସ୍ୟା ଏବେ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରମୁଖ ଅସୁବିଧା ଭାବେ ଦେଖାଦେଇଛି । ସହରର ମୁଖ୍ୟ ରାସ୍ତା ଓ ଦୋକାନ ବଜାର ସମ୍ମୁଖରେ ଯାନବାହନର ବେଆଇନ ପାକିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ ସମସ୍ୟା ସୃଷ୍ଟି ହେଉଛି ।
ଏହାର ସମାଧାନ ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା, ରାସ୍ତା ଉପରେ ବେଆଇନ ପାକିଂ ବନ୍ଦ କରିବା ଏବଂ ବଜାର ଅଂଚଳରେ ନିୟମିତ ପୋଲିସ ନଜର ରଖୁବା ଉପରେ ସଂଘ ପକ୍ଷରୁ ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହିପରି ସହର ଓ ଗ୍ରାମାଂଚଳରେ ଚୋରି, ଲୁଟ୍ ଓ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ରୋକିବା ସହ ବେଆଇନ ନିଶା
କାରବାର ଉପରେ ଅଙ୍କୁଶ ଲଗାଇବା ନେଇ ଆଲୋଚନା ହୋଇଥିଲା ।

ବିଶେଷକରି ଯୁବପିଢ଼ି ଙ୍କୁ ନିଶା କବଳରୁ ଦୂରେଇ ରଖୁବା, ନିଶା କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ, ରାତ୍ରିକାଳୀନ ପୋଲିସ ପାଟ୍ରୋଲିଂକୁ ଜୋରଦାର କରିବା ଏବଂ ସନ୍ଦେହଜନକ ଗତିବିଧି ଉପରେ ନଜର ରଖିବା ଆବଶ୍ୟକତା ଉପରେ ମତବିନିମୟ ହୋଇଥିଲା । ସିନାପାଲି ଏକ ସୀମାନ୍ତ ଅଂଚଳ ହୋଇଥିବାରୁ ଏଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସତର୍କ ନଜର ରଖୁବା ଅତ୍ୟନ୍ତ ଜରୁରୀ ବୋଲି ସଂଘର କର୍ମକର୍ତାମାନେ ମତ ରଖିଥିଲେ। ଅଂଚଳରେ ଯେକୌଣସି ଅପରାଧୂକ ଘଟଣା ଘଟିବା ପୂର୍ବରୁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ, ଗ୍ରାମାଂଚଳରେ ପୋଲିସର ଉପସ୍ଥିତି ବୃଦ୍ଧି, ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ଅଭି ଯୋଗର ତ୍ବରିତ ସମାଧାନ ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା। ଏଥିସହ ପୋଲିସ ପ୍ରଶାସନ ଓ ସାମ୍ବାଦିକଙ୍କ ମଧ୍ୟରେ ସୁସମ୍ପର୍କ, ସମନ୍ବୟ ଓ ସହଯୋଗ ବଜାୟ ରଖୁବା ନେଇ ମତବିନିମୟ ହୋଇଥିଲା।
ସମାଜରେ ଘଟୁଥିବା ବିଭିନ୍ନ ଘଟଣା, ଜନସାଧାରଣଙ୍କ ସମସ୍ୟା ଓ ଅଂଚନ ଚଳର । ବିକାଶ ସମ୍ପର୍କିତ ଖବରକୁ ନିରପେକ୍ଷ ଭାବେ ଲୋକଲୋଚନକୁ ଆଣିବା ସାମ୍ବାଦିକଙ୍କମୁଖ୍ୟ ଦାୟିତ୍ଵ । ଅନ୍ୟ ପକ୍ଷ ରେ ଜନ ସାଧାରଣଙ୍କ ସମସ୍ୟା ଓ ଅଭିଯୋଗକୁ ପୋଲିସ ପ୍ରଶାସନର ଦୃଷ୍ଟିକୁ ଆଣିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ ସେତୁ ଭାବେ କାର୍ଯ୍ୟ କରିଥାଏ। ତେଣୁ ପରସ୍ପର ମଧ୍ୟରେ ସହଯୋଗ ରହିଲେ ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ଓ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ଅଧୂକ ସଫଳତା ମିଳିପାରିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
ନୂତନ ଥାନାଧୀକାରୀ ଧର୍ମେନ୍ଦ୍ର ଭୋଇ ସଂଘର କର୍ମକର୍ତାମାନଙ୍କ ସହ ସୌହାର୍ଘ୍ୟପୂର୍ଣ ଭାବେ ଆଲୋଚନା କରିବା ସହ ଅଂଚଳର ଶାନ୍ତି ଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାର ଗୁରୁତ୍ଵ ଉପରେ ମତ ରଖୁଥିଲେ । ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସମନ୍ଵୟ ରହିଲେ ଜନସାଧାରଣଙ୍କ ସମସ୍ୟାକୁ ଚିହ୍ନଟ କରିବା ଓ ତାହାର ସମାଧାନ ପାଇଁ ସହାୟତା ମିଳିପାରିବ ବୋଲି ଆଶା ପ୍ରକାଶ ପାଇଥିଲା ।
ଏହିସୌଜନ୍ୟମୂଳକ ସାକ୍ଷାତକାରରେ ଜୟ ଜଗନ୍ନାଥ ସାମ୍ବାଦିକ ସଂଘର କର୍ମକର୍ତା ଜଗନ୍ନାଥ ସାଗର, ପରମେଶ୍ୱର ମେହେର, ଚିନ୍ତାମଣି ନେତାମ, ଧର୍ମେନ୍ଦ୍ର ଗହୀର, ଝଙ୍କେଶ୍ଵର ବନ୍ଦୀଚୋର, ସୁଶାନ୍ତ କୁମାର ନାୟକ, ଯୌବନ ଗହୀର, ମୁଜାଫର ଖାନ ଓ ବନବିହାରୀ ମେହେର ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ନୂତନ ଥାନାଧିକାରୀଙ୍କୁ ସ୍ଵାଗତ ଜଣାଇବା ସହ ତାଙ୍କର ନୂତନ ଦାୟିତ୍ଵ ସଫଳ ଓ ଶୁଭମୟ ହେଉ ବୋଲି କାମନା କରାଯାଇଥିଲା ।






