ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଓ ରବିବାର ଛତ୍ରପୁର ଗଞ୍ଜାମର ଅମାଗାଁ ବୈଦ୍ୟଶାଳା ତରଫରୁ ବୌଦ୍ଧ ଜିଲ୍ଲା ବିଭିନ୍ନ ସ୍ଥାନରେ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି l ବୌଦ୍ଧର ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଯୁବ ଡୁମାଳ ବିକାଶ ପରିଷଦ ଓ ଡ଼ୁମାଳ ବିକାଶ ପରିଷଦ, ଓଡିଶା ଦ୍ୱାରା ବଘିଆପଡା ସ୍ଥିତ ଆମଠାପଡା ଠାରେ ଗ୍ରାମ୍ୟ ବିକାଶ ପରିଷଦ ଓ ସାଲୁଁକି ଏଫ ପି ଓ ଦ୍ୱାରା ଅlଡ଼େଣୀଗଡ ପଂଚାୟତ ମାଧପୁର ଠାରେ ପିସପୁଲ ସୋସାଇଟି ଓ ମାଟିମା ଏଫପିଓ ଆୟୋଜନରେ ବୈଦ୍ୟଶାଳାର ପ୍ରତିଷ୍ଠାତା ଡା ନିରାକାର ବେହେରାଙ୍କ ଦ୍ୱାରା ଆୟୁର୍ବେଦିକ, ପ୍ରାକୃତିକ ଚିକିତ୍ସା, ଫିଜିଓ ଥେରାପି, ଓ ମାହେଶ୍ୱରୀ ପଞ୍ଚଗବ୍ୟ ବୈଦ୍ୟଶାଳା ତରଫରୁ ବୈଦ୍ୟ ନିର୍ଗୁଣ ମହାକୁଡ଼ଙ୍କ ଦ୍ୱାରା କଂସା ଥେରାପି ଚିକିତ୍ସା ଶତାଧିକ ଦୁରାରୋଗରେ କଷ୍ଟ ପାଉଥିବା ପୁରାତନ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ସମ୍ପାଦକ ତଥା ସାଲୁଁକି କୃଷକ ଉତ୍ପାଦକ କମ୍ପାନୀ ର ସିଇଓ କୃତ୍ତିବାସ ପଲିଆ, ନିର୍ଦ୍ଦେଶକ ଶୁକଦେବ ପ୍ରଧାନ,ପିସପୁଲ ସୋସାଇଟି ସମ୍ପାଦିକା ତଥା ମାଟିମା ଏଫ ପି ଓ ନିର୍ଦ୍ଦେଶକ ମଞ୍ଜୁଲତା ଦାସ ଓ ଯୁବ ମହାସଂଘ ସଂପାଦକ ଶରତ ପ୍ରଧାନ ସହଯୋଗ କରିଥିଲେ l
ଆମ ଗାଁ ବୈଦ୍ୟଶାଳା, ଛତ୍ରପୁର ତରଫରୁ ଆୟୁର୍ବେଦିକ, ପ୍ରାକୃତିକ ଚିକିତ୍ସା, ଫିଜିଓ ଥେରାପି ଓ କଂସା ଥେରାପି ଚିକିତ୍ସା ଶିବିର ଅନୁଷ୍ଠିତ






