A.K ଉତ୍ତର ସିକିମରେ ତୁଷାରପାତ ଯୋଗୁଁ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ‘ଅପରେସନ୍ ହିମସେତୁ’ ଜରିଆରେ ଉଦ୍ଧାର ହୋଇଛନ୍ତି ପର୍ଯ୍ୟଟକ । ତୁଷାରପାତ ଯୋଗୁଁ ଉତ୍ତର ସିକିମର ଲାଚେନ୍ ଅଞ୍ଚଳରେ ରାସ୍ତା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ଉତ୍ତର ସିକିମରେ ତୁଷାରପାତ ଯୋଗୁଁ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ‘ଅପରେସନ୍ ହିମସେତୁ’ ଜରିଆରେ ଉଦ୍ଧାର ହୋଇଛନ୍ତି ପର୍ଯ୍ୟଟକ । ତୁଷାରପାତ ଯୋଗୁଁ ଉତ୍ତର ସିକିମର ଲାଚେନ୍ ଅଞ୍ଚଳରେ ରାସ୍ତା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ସେଠାରେ ଅନେକ ପର୍ଯ୍ୟଟକ ଫସି ରହିଥିଲେ । ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ କମାଣ୍ଡ ଅଧୀନରେ ତ୍ରିଶକ୍ତି କୋର୍ପସଙ୍କୁ ନିୟୋଜିତ କରାଯାଇଥିଲା ।

ଅତ୍ୟନ୍ତ ପ୍ରତିକୂଳ ପାଗ ଏବଂ ପ୍ରବଳ ତୁଷାରପାତ ସତ୍ତ୍ୱେ ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ପ୍ରାୟ ୧୩୫ ଜଣ ପର୍ଯ୍ୟଟକଙ୍କୁ ସେମାନଙ୍କ ଯାନବାହନ ସହିତ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଅସୁସ୍ଥ ଏବଂ ଆହତମାନଙ୍କୁ ପ୍ରାଥମିକତା ଦିଆଯାଉଛି । ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରାୟ ୧୦୦୦ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ ଜାରି ରହିଛି ।






