A.K ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଉକ୍ତ ୩ ରାଜ୍ୟରେ ୬.୧ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। କେରଳରେ ୧୪୦ ଆସନ, ଆସାମରେ ୧୨୬ ଏବଂ ପୁଡ଼ୁଚେରୀରେ ୩୦ ଆସନରେ ଭୋଟ୍ ଉଭୟ ଆଞ୍ଚଳିକ ଏବଂ ରାଜନୈତିକ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପରୀକ୍ଷାରେ ପରିଣତ ହୋଇଛି। ଆସାମରେ ୨.୫ କୋଟି ଭୋଟର ଥିବାବେଳେ ଏଠାରେ ୧.୨୫ କୋଟି ଲେଖାଏ ମହିଳା ଏବଂ ପୁରୁଷ ଭୋଟର ଅଛନ୍ତି। କେରଳରେ ୨.୭୧ କୋଟି ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ୧.୩୯ କୋଟି ମହିଳା ଏବଂ ୧.୩୨ କୋଟି ପୁରୁଷ। ରାଜ୍ୟରେ ୧୮-୧୯ ବୟସବର୍ଗ ମଧ୍ୟରେ ୪.୬୬ କୋଟି ଭୋଟର ଅଛନ୍ତି। ପୁଡ଼ୁଚେରୀରେ ଏଆଇଏନ୍ଆରସି ( ଅଲ ଇଣ୍ଡିଆ ଏନ୍ ଆର କଂଗ୍ରେସ) ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗସ୍ବାମୀ ପଞ୍ଚମ ଥର କ୍ଷମତାକୁ ଫେରିବାପାଇଁ ଚେଷ୍ଟା ଚଳାଇବା ସହ ଏନ୍ଡିଏ ଏଠାରେ କ୍ଷମତା ହାତେଇବାକୁ ଚାହିଛି।







