AK ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ ହଜାର ୭୭୩ଜଣ ଛାତ୍ରୀ ଥିଲେ। ଅପ୍ରିଲ୍ ୧୫ରେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକଣ୍ଡାରି ଏଜୁକେସନ୍ (ସିବିଏସ୍ଇ)ର ୧୦ମ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ନିଜର ପରୀକ୍ଷାଫଳ ରେ ଦେଖିପାରିବେ। ଏହା ବ୍ୟତୀତ ଡିଜିଲକର ଓ ଓମଙ୍ଗ ଆପ୍ରେ ମଧ୍ୟ ନିଜର ପରୀକ୍ଷା ଫଳ ଦେଖିପାରିବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ (୨୦୨୫-୨୬)ରେ ୧୭ ଫେବ୍ରୁଆରିରୁ ୨୭ ଫେବ୍ରୁଆରି ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ସିବିଏସ୍ଇ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ ହଜାର ୭୭୩ଜଣ ଛାତ୍ରୀ ଥିଲେ। ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ କତାର, ୟୁଏଇ, ଓମାନ୍ ଆଦି ମଧ୍ୟପ୍ରାଚ୍ୟ ଦେଶରେ ସିବିଏସ୍ଇ ପରୀକ୍ଷା ସ୍ଥଗିତ ରହିଥିଲା। ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ନିମନ୍ତେ ସର୍ବନିମ୍ନ ହାରାହାରି ୩୩ ପ୍ରତିଶତ ନମ୍ବର ରଖିବା ଆବଶ୍ୟକ। ଯେଉଁମାନେ ଏହି ନମ୍ବର ଆଣିବାରେ ବିଫଳ ହୋଇଛନ୍ତି ସେମାନଙ୍କୁ କମ୍ପାର୍ଟମେଣ୍ଟ୍ ପରୀକ୍ଷା ଦେବାକୁ ପୁଣିଥରେ ସୁଯୋଗ ଦିଆଯିବ।






